ସିରିଆ ଉପରେ ଆମେରିକାର ବଡ଼ ଏୟାରଷ୍ଟ୍ରାଇକ, ୭୦ରୁ ଉର୍ଦ୍ଧ୍ବ ଆତଙ୍କୀ ଠିକଣା ଧ୍ବସ୍ତବିଧ୍ବସ୍ତ

ନୂଆଦିଲ୍ଲୀ,୨୦/୧୨: ସିରିଆ ଉପରେ ଆମେରିକାର ବଡ଼ ଏୟାରଷ୍ଟ୍ରାଇକ । ଏୟାରଷ୍ଟ୍ରାଇକ ଆଟାକ ପରେ ୭୦ରୁ ଉର୍ଦ୍ଧ୍ବ ଆତଙ୍କୀ ଠିକଣା ଧ୍ବସ୍ତବିଧ୍ବସ୍ତ ହୋଇଛି । ଏଥିରେ ଆତଙ୍କବାଦୀ ଆଡ୍ଡା, ଅସ୍ତ୍ରଶସ୍ତ୍ର ସଂରକ୍ଷଣ ସୁବିଧା ଏବଂ ତାଲିମ ଘାଟି ଅନ୍ତର୍ଭୁକ୍ତ। ଦୁଇ ସୈନିକ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ସାମରିକ ଅଭିଯାନ ଆରମ୍ଭ କରିଛି ଆମେରିକା । ପରିସ୍ଥିତି ଦେଖି ଆଗାମୀ ଦିନରେ ଆହୁରି ସାମରିକ କାର୍ଯ୍ୟାନୁଷ୍ଠାନ କରାଯାଇପାରେ ବୋଲି ପେଣ୍ଟାଗନ ସୂଚନା ଦେଇଛି। ଡିସେମ୍ବର ୧୩ତାରିଖରେ ସିରିଆରେ ଏକ ଆମେରିକୀୟ ସାମରିକ ଘାଟି ଉପରେ ହୋଇଥିଲା ଆକ୍ରମଣ। ଯେଉଁଥିରେ ଦୁଇ ଆମେରିକୀୟ ସୈନିକ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ତିନି ଜଣ ସୈନିକ ଗୁରୁତର ଆହତ ହୋଇଥିଲେ । ଆକ୍ରମଣର ଜବାବରେ ଏଭଳି ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପେଣ୍ଟାଗନ୍ । ଏହି ଅପରେସନରେ ଆମେରିକା ଏବଂ ଏହାର ସହଯୋଗୀ ଦେଶ ମାନେ ସାମରିକ ଶକ୍ତି ପ୍ରଦର୍ଶନ କରିଛନ୍ତି । ଆକ୍ରମଣରେ ଏଫ-୧୫ ଇଗଲ୍ ଫାଇଟର୍‌ ଜେଟ୍, ଏ-୧୦ ଥଣ୍ଡରବୋଲ୍ଟ ବିମାନ, ଏଏଚ୍-୬୦ ଆପାଚେ ହେଲିକପ୍ଟର ଏବଂ ହିମାର୍ସ ରକେଟ୍ ସିଷ୍ଟମ ବ୍ୟବହାର କରାଯାଇଥିଲା ।