ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ

ଭୁବନେଶ୍ୱର,୦୯/୦୫: ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଛି ଘମାଘୋଟ ଲଢେଇ। ସବୁ ସ୍ଥିତିକୁ ଦୃଷ୍ଟିରେ ରଖି ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ । ଏଭଳି ନିଷ୍ପତ୍ତି ନେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଜମ୍ମୁକାଶ୍ମୀର, ଶ୍ରୀନଗର, ଲେହ, ଯୋଧପୁର, ଅମ୍ରିତସର, ଭୁଜ, ଜାମନଗର, ରାଜକୋଟରୁ ଏୟାର ଇଣ୍ଡିଆ ମଧ୍ୟ ନିଜର ସବୁ ବିମାନ ଚଳାଚଳକୁ ବନ୍ଦ କରିଛି । ଏନେଇ ଅପଡେଟ୍ ପାଇଁ ମଧ୍ୟ ବିଭାଗ ଯାତ୍ରୀଙ୍କୁ ଅନୁରୋଧ କରିଛି । ଦେଶରେ ମୋଟ ୪୮୭ ଏୟାରପୋର୍ଟ ରହିଛି । ଏଥିରୁ ୧୩୭ଟି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଦ୍ବାରା ପରିଚାଳିତ ହେଉଛି । ଏଥିରେ ରହିଛି ୩୪ଟି ଅନ୍ତର୍ଜାତୀୟ ଏୟାରପୋର୍ଟ, ୧୦ଟି କଷ୍ଟମ ଏୟାରପୋର୍ଟ ଓ ୧୦୩ ଡୋମେଷ୍ଟିକ୍ ଏୟାରପୋର୍ଟ ରହିଛି ।

Leave a Reply

Your email address will not be published. Required fields are marked *