ଭୁବନେଶ୍ୱର,୧୯/୧୨: ଦିଲ୍ଲୀ ପରେ ଭୁବନେଶ୍ବରରେ ମଧ୍ୟ ବିଗିଡିଯାଇଛି ବାୟୁର ମାନ । ପ୍ରତିଦିନ ବଢୁଛି ଏୟାର କ୍ବାଲିଟି ଇଣ୍ଡେକ୍ସ। ଏବେ ଭୀଷଣ ଏକ୍ୟୁଆଇ ପ୍ରଦୂଷଣ ବର୍ଗ ତାଲିକାରେ ସାମିଲ ହୋଇଛି ଭୁବନେଶ୍ବର। ୩୦୦ ଟପିଛି ରାଜଧାନୀର ଏକ୍ୟୁଆଇ ଇଣ୍ଡେକ୍ସ। ଦୀପାବଳି ପରଠାରୁ ଶୀତ ବଢିବା ସହ ଟ୍ବିନ୍ସିଟିରେ ବିଗିଡିଛି ବାୟୁର ମାନ । ବାୟୁ ପ୍ରଦୂଷଣ ଲୋକଙ୍କୁ ଆକ୍ତାମାକ୍ତା କଲାଣି ।ମନଇଚ୍ଛା କୋଠା ନିର୍ମାଣ, ଜଙ୍ଗଲ ହ୍ରାସ, ଗାଡି ମୋଟର ବୃଦ୍ଧି ବାୟୁ ପ୍ରଦୂଷଣକୁ ଆହୁରି ବଳ ଦେଉଛି । ନିର୍ମାଣସ୍ଥଳରେ ପ୍ରତିକାର ବ୍ୟବସ୍ଥା ନଥିବାରୁ ପ୍ରଶ୍ବାସରେ ପ୍ରଦୂଷିତ ଧୂଳିକଣା ଯାଉଛି । ଯେଉଁଥିପାଇଁ ହୃଦ୍ଘାତ, ଶ୍ବାସକ୍ରିୟାଜନିତ ରୋଗ, ଫୁସ୍ଫୁସ୍, ଯକ୍ଷ୍ମା, ଆଜ୍ମା ପରି ରୋଗ ବ୍ୟାପିବାର ଆଶଙ୍କା ବଢ଼ିଛି । କେବଳ ଭୁବନେଶ୍ବର ନୁହେଁ ବାଲେଶ୍ବର, ଅନୁଗୁଳ, ବ୍ୟାସନଗର ଓ ତାଳଚେର ବାୟୁ ଅତି ଖରାପ ସ୍ତରରେ ପହଞ୍ଚିଛି।