ଏୟାର ଇଣ୍ଡିଆ ବିମାନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ,୧୫/୦୧: ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ଏୟାର ଇଣ୍ଡିଆ ଏୟାରଲାଇନ୍ସର ଦୁଇଟି ବିମାନର ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବୁଧବାର ରାତିରେ ଗୋଟିଏ ବିମାନର ଏପିୟୁରେ ନିଆଁ ଲାଗିଯିବାରୁ ଏହାକୁ ତରବରିଆ ଭାବେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରରେ ଅବତରଣ କରାଯାଇଥିଲା । ଗୁରୁବାର ଅନ୍ୟ ଏକ ବିମାନର ଇଞ୍ଜିନ ଏକ କଣ୍ଟେନରରେ ଫସିଯିବାରୁ ଏହା କ୍ଷତିଗ୍ରସ୍ତ ହୋଇଥିଲା। ସିଙ୍ଗାପୁର ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁ ବୁଧବାର ବିଳମ୍ବିତ ରାତିରେ ଦିଲ୍ଲୀ ଫେରିଆସିଥିଲା। ବିମାନରେ ପାଖାପାଖି ୧୯୦ ଯାତ୍ରୀ ଥିଲେ। ଡ୍ରିମଲାଇନର ବିମାନର ଏପିୟୁରେରେ ନିଆଁ ଲାଗିଯାଇଥିବା ଆଲର୍ଟ ଆସିବା ପରେ ବିମାନଟି ପାଖାପାଖି ଏକ ଘଣ୍ଟାଧରି ଆକାଶରେ ରହିବା ପରେ ଦିଲ୍ଲୀ ଫେରିଥିଲା। ଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ ସିଙ୍ଗାପୁର ପଠାଇଯାଇଥିଲା।