ଭୁବନେଶ୍ୱର,୧୮/୧୨: ଜେଲ୍ ପାଚେରିରେ ଲାଗିବ ଏଆଇ କ୍ୟାମେରା । ପାଚେରି ଡେଇଁ ବନ୍ଦୀ ଖସିବାକୁ ଉଦ୍ୟମ କଲେ ବାଜିବ ସାଇରନ୍ । ଜେଲ୍ ପାଚେରି ଡେଇଁ ଅନେକ ବନ୍ଦୀ ଫେରାର ହେଉଥିବା ବେଳେ ଏହାକୁ ରୋକିବା ଲାଗି ବଡ଼ ପଦକ୍ଷେପ ନେବାକୁ ଯାଉଛି ଜେଲ୍ ବିଭାଗ । କଟକ ଚୌଦ୍ବାର ଜେଲ୍ରୁ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଫେରାର ମାରିବା ପରେ ଏବେ ଜେଲ୍ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି। ଏଣିକି ଜେଲ୍ ସୁରକ୍ଷାରେ ମୁତୟନ ହେବ ଏଆଇ କ୍ୟାମେରା । ୧୮ଟି ଜେଲ୍ରେ ଲାଗିବ ପ୍ରାୟ ୩୦୦ ଏଆଇ କ୍ୟାମେରା । ଏଥିଲାଗି ଖର୍ଚ୍ଚ ହେବ ପ୍ରାୟ ୨ କୋଟି ଟଙ୍କା । କୌଣସି କଏଦୀ ଜେଲ୍ ପାଚେରି ଡେଇଁ ଖସି ପଳାଇବାକୁ ଉଦ୍ୟମ କଲେ ତୁରନ୍ତ ବାଜିବ ସାଇରନ୍ । ପ୍ରାଥମିକ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ଗୋଟିଏ ଜେଲ୍ରେ ଏ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ।