ଭୁବନେଶ୍ୱର,୧୫/୦୬: ଆଗକୁ ଆସୁଛି ପୁରୀ ପ୍ରସିଦ୍ଧ ରଥଯାତ୍ରା। ଏନେଇ ପ୍ରସ୍ତୁତି ଜୋରଦାର ଚାଲିଛି। ଉତ୍ତରା ଛକଠାରୁ ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ, ପୁରୀରୁ କୋଣାର୍କ ଯାଏଁ ସମସ୍ତ ଗତିବିଧି ଉପରେ ନଜର ରଖିବ AI। AI କ୍ୟାମେରା ଓ ଏହି ସମସ୍ତ ସ୍ଥାନ ସିସିଟିଭି ସର୍ଭେଲାନ୍ସରେ ରହିବ । ଯେଉଁ ସ୍ଥାନରେ ଗହଳି ଅଧିକା ହେବ ବା ଭିଡ଼ ହେଉଥିବା ସ୍ଥାନର ଭିଡିଓ ଉତ୍ତୋଳନ କରିବ AI ଓ ଏହାଦ୍ୱାରା ସେଠାରେ ମୁତୟନ ଥିବା ପୁଲିସଙ୍କୁ ଭିଡ଼ ନିୟନ୍ତ୍ରଣ ପାଇଁ ପଠାଯାଇ ପାରିବ। ସେହିପରି ଡ୍ରୋନ୍ ଏବଂ ଆଣ୍ଟି ଡ୍ରୋନ୍ ଦୁଇଟି ଯାକ ପୁରୀରେ ନିୟୋଜିତ କରାଯାଇଛି ଓ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଓଡ଼ିଶା ପୁଲିସର ସ୍ୱତନ୍ତ୍ର ବୁଲେଟପ୍ରୁଫ୍ ରକ୍ଷକ ଏଥିରେ ସାମିଲ ହେବେ ଓ ପୁରୀ ସହରରେ ପଇଁତରା ମାରିବ। ରକ୍ଷକ ଓ ସେଣ୍ଟ୍ରାଲ ଏଜେନ୍ସି ଫୋର୍ସ ମୁତୟନ କରାଯାଇଛି ଓ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଆପ୍ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ରଥଯାତ୍ରା ବେଳେ ପୁରୀକୁ ଯାଉଥିବା ସମସ୍ତ ଭକ୍ତ, ରାସ୍ତା ଉପରେ ଗତିବିଧି ସହ ଟ୍ରାଫିକ ସମସ୍ୟା ବାବଦରେ ଅବଗତ ହୋଇ ପାରିବେ । ଭିଡ଼ ଥିଲେ, କେମିତି ପୁରୀକୁ ଯିବେ ଏବଂ କେଉଁ ରାସ୍ତା ଦେଇ ଯିବାକୁ ପଡ଼ିବ ସେସବୁ ଏହି ଆପ୍ଲିକେସନରେ ପାଇ ପାରିବେ ଶ୍ରଦ୍ଧାଳୁ । ଏହାସହ କେଉଁ ପାର୍କିଂରେ ଗାଡ଼ି ରଖିବେ ତାହା ମଧ୍ୟ ଜାଣି ପାରିବେ ।