ପାକିସ୍ତାନ ଉପରେ ଆଫଗାନିସ୍ତାନର ଆକ୍ରମଣ, ବହୁତ କ୍ଷୟକ୍ଷତି ହୋଇଥିବା ସୂଚନା

ନୂଆଦିଲ୍ଲୀ,୧୩/୦୩: ପାକିସ୍ତାନ ଉପରେ ଆଫଗାନିସ୍ତାନ ଆକ୍ରମଣ କରିଛି । ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନୀ ବୋମାମାଡ଼ରେ ୬ ଜଣ ଆଫଗାନି ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏହାର ପ୍ରତିଶୋଧ ନେବାକୁ ଯାଇ ଆଫଗାନିସ୍ତାନ ସେନା ଆଜି ସକାଳେ ଖାଇବର ପାଖ୍‌ତୁନଖ୍ୱାରେ ଥିବା ପାକିସ୍ତାନୀ ସେନା ଘାଟି ଉପରେ ଆକ୍ରମଣ କରିଛି । ଡ୍ରୋନ୍ ମାଧ୍ୟମରେ ପାକ୍ ସେନା କମାଣ୍ଡ ସେଣ୍ଟରକୁ ଟାର୍ଗେଟ୍ କରାଯାଇଥିବା ବେଳେ ବହୁତ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।  ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ରାଜଧାନୀ କାବୁଲ ସମେତ ବିଭିନ୍ନ ସ୍ଥାନରେ ଭୟଙ୍କର ବିମାନ ଆକ୍ରମଣ କରିଛି । ବିଶେଷ କରି କାନ୍ଦାହାର ବିମାନବନ୍ଦର ନିକଟରେ ଥିବା ଏକ ଘରୋଇ ଏୟାରଲାଇନ୍ସର ତେଲ ଡିପୋକୁ ଟାର୍ଗେଟ୍ କରି ବୋମାମାଡ଼ କରାଯାଇଛି । ଏହି ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

Leave a Reply

Your email address will not be published. Required fields are marked *