ପୁଣି ବଢ଼ିଲା ଯୁକ୍ତ ତିନି ନାମଲେଖା ଆବେଦନ ଅବଧି

ଭୁବନେଶ୍ୱର,୨/୦୬: ପୁଣି ବଢ଼ିଲା ଯୁକ୍ତ ତିନି ନାମଲେଖା ଆବେଦନ ଅବଧି । ଆସନ୍ତା ୪ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ନାମଲେଖା ପାଇଁ ଆବେଦନ କରିହେବ । ଗତକାଲି ନାମଲେଖା ପାଇଁ ଆବେଦନର ଶେଷ ତାରିଖ ଥିଲା । ୧୦୫୪ କଲେଜର ୨ ଲକ୍ଷ ୭୪ ହଜାର ୫୬୯ ସିଟ୍‌ରେ ନାମଲେଖା ପାଇଁ ୨ ଲକ୍ଷ ୫୬ ହଜାର ୭୨୯ ଜଣ ଅନ୍‌ଲାଇନ୍‌ରେ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୪୮ ହଜାର ୮୯୭ ଜଣ ଅନ୍‌ଲାଇନ୍‌ରେ ଫି’ ଦାଖଲ କରିଛନ୍ତି । ସିଟ୍‌ଠାରୁ କମ୍‌ ଆବେଦନ କରିଥିବା ସୂଚନା ମିଳିଥିଲା । ଫଳରେ ଚଳିତ ବର୍ଷ ସିଟ୍‌ ଖାଲି ପଡ଼ିବା ସମ୍ଭାବନା ରହିଥିଲା । ଏବେ ତାରିଖ ବଢିବା ପରେ ଆଉ ଅଧିକ ଛାତ୍ରଛାତ୍ରୀ ଆବଦେନ କରିପାରିବେ ବୋଲି ଆଶା ଅଛି ।

Leave a Reply

Your email address will not be published. Required fields are marked *