ନୂଆଦିଲ୍ଲୀ, ୨୪/୧୧: ଆରପାରିରେ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର । ମୁମ୍ବାଇ ଘରେ ଆଖିବୁଜିଛନ୍ତି ଧର୍ମେନ୍ଦ୍ର । ୮୯ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ବଲିଉଡର ହି-ମ୍ୟାନ୍ ଭାବରେ ଜଣାଶୁଣା ଧର୍ମେନ୍ଦ୍ରଙ୍କର ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏହି ଖବର ପୂରା ସିନେ ଜଗତରେ ଶୋକର ଛାୟା ଖେଳାଇଦେଇଛି । ଆଗରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖବର ନେଇ ଗଭୀର ଚିନ୍ତିତ ହୋଇପଡ଼ିଥିଲେ । ହସ୍ପିଟାଲରେ ଥିଲା ବେଳେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ, ସଲମାନ ଖାନ ଏବଂ ଅଭିନେତା ଗୋବିନ୍ଦା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବା ପାଇଁ ହସ୍ପିଟାଲକୁ ଯାଇଥିଲେ । ଧର୍ମେନ୍ଦ୍ରଙ୍କୁ ଭର୍ତ୍ତି କରାଯିବା ପରଠାରୁ ସମଗ୍ର ଦେଓଲ ପରିବାର ହସ୍ପିଟାଲରେ ଉପସ୍ଥିତ ଥିଲେ ।