ନୂଆଦିଲ୍ଲୀ,୨୫/୦୧: ପଦ୍ମ ପୁରସ୍କାର ନେଇ ସରିଛି ଘୋଷଣା । ଚଳିତ ବର୍ଷ ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୪ ଜଣଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି । ଚଳଚ୍ଚିତ୍ର ଅଭିନେତା ଧର୍ମେନ୍ଦ୍ର ମରଣୋତ୍ତର ପଦ୍ମ ବିଭୂଷଣ ପାଇଛନ୍ତି, ସେହିପରି ଝାଡ଼ଖଣ୍ଡ ରାଜ୍ୟ ଗଠନ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନେତା ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମ ଭୂଷଣ ମିଳିଛି । ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କୁ ବି ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା । ଅନ୍ୟପଟେ କେରଳରୁ ଆଠ ଜଣ, ତାମିଲନାଡୁରୁ ୧୩ ଜଣ, ବଙ୍ଗଳାରୁ ୧୧ ଜଣ ଏବଂ ଆସାମରୁ ୫ ଜଣ ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଏହା ବ୍ୟତୀତ, ଉତ୍ତର ପ୍ରଦେଶରୁ ୧୧ ଜଣ ଏବଂ ମହାରାଷ୍ଟ୍ରରୁ ୧୬ ଜଣ ପଦ୍ମ ପୁରସ୍କାର ପାଇଛନ୍ତି ।