ଭାରତ ବନ୍ଦ ବେଳେ ଅଘଟଣ, ଶିରିଗୁଡ଼ା ଛକରେ ମାଡ଼ିଗଲା ପୋଲିସ ବସ୍

ଭୁବନେଶ୍ୱର,୧୨/୦୨: ରାୟଗଡା ସହର ଉପକଣ୍ଠ ସ୍ଥିତ ସିରିଗୁଡା ଛକରେ ଶ୍ରମିକ ସଂଗଠନ ତରଫରୁ ଆନ୍ଦୋଳନ ଚାଲିଥିବା ବେଳେ ସେହି ରାସ୍ତାରେ ଅଟକି ଥିବା ପୁଲିସ ଗାଡିର ବ୍ରେକ ଫେଲ ହୋଇ ଯାଇ ଆନ୍ଦୋଳନକାରୀମାନଙ୍କ ଉପରକୁ ମାଡି ଯାଇଥିଲା । ସୌଭାଗ୍ୟବଶତଃ ଏହି ଅଘଟଣରେ କାହାର କିଛି କ୍ଷତି ହୋଇନଥିବା ବେଳେ ଆନ୍ଦୋଳନ କରୁଥିବା ବିଭିନ୍ନ ସଂଗଠନର ନେତାଙ୍କ ପାଇଁ ରଖା ଯାଇଥିବା ଚେୟାର ଉପରକୁ ଗାଡି ମାଡି ଯାଇଥିଲା । ଫଳରେ ବହୁ ଚେୟାର ନଷ୍ଟ ହୋଇ ଯାଇଥିଲା । ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ବିଭିନ୍ନ ଦାବି ନେଇ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ଓ ସ୍ବାଧୀନ ଫେଡରେସନ୍ ସର୍ବଭାରତୀୟ ସ୍ତରରେ ବନ୍ଦ ଡାକରା ଦେଇଥିବା ବେଳେ ଏହାର ପ୍ରଭାବ ରାୟଗଡା ସହରରେ ଦେଖିବାକୁ ମିଳିଛି। ସହରରେ ୧୦ ଟି ବିଭିନ୍ନ ସଂଗଠନ ଆନ୍ଦୋଳନରେ ସାମିଲ ହୋଇଛନ୍ତି। କପିଳାସ ଛକ ଓ ସିରିଗୁଡା ଛକରେ ଶ୍ରମିକ ସଂଗଠନ କର୍ମକର୍ତ୍ତା ମାନେ ପିକେଟିଂ କରି ରାୟଗଡା କୋରାପୁଟ, ରାୟଗଡା ବ୍ରହ୍ମପୁର ୩୨୬ ଜାତୀୟ ରାଜପଥ ଅବରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *