ପରଲୋକରେ କଣ୍ଠଶିଳ୍ପୀ ଅଭିଜିତ୍‌ ମଜୁମଦାର, ମୃତ୍ୟୁ ବେଳକୁ ହୋଇଥିଲା ୫୪ ବର୍ଷ ବୟସ

ଭୁବନେଶ୍ୱର,୨୫/୦୧: ପରଲୋକରେ କଣ୍ଠଶିଳ୍ପୀ ଅଭିଜିତ୍‌ ମଜୁମଦାର । ୫୪ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି।ଭୁବନଶ୍ବେର ଏମସ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେଲିଭର ଜନିତ ରୋଗରେ ପୀଡିତ ହୋଇଥିଲେ । ଗତକାଲିଠୁ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଅଭିଜିତ୍‌ଙ୍କୁ ପ୍ରଥମେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗତ ବର୍ଷ ସେପ୍ଟେମ୍ବର ୪ରେ ସଙ୍କଟାପନ୍ନ ଅବସ୍ଥାରେ ICUରେ ଭର୍ତ୍ତି ହୋଇଥିଲେ। ସେ ଅକ୍ଟୋବର ୨୩ ତାରିଖରୁ ICU ରୁ ବାହାରି ଜେନେରାଲ ମେଡିସିନ ୱାର୍ଡରେ ଚିକିତ୍ସିତ ହେଉଥିଲେ । ଫୁସଫୁସ ସଂକ୍ରମଣରେ ଗୁରୁତର ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏକାଧିକ ରୋଗରେ ମଧ୍ୟ ସଂକ୍ରମଣ ହୋଇଥିଲେ । ସେ କୋମାରେ ରହି ଧିରେ ଧିରେ ସୁସ୍ଥ ହେଉଥିଲେ । ହସ୍ପିଟାଲରୁ ସୁସ୍ଥ ହୋଇ ସେ ଘରକୁ ଫେରିଥିଲେ । ଗତ କାଲି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ । ଓଡ଼ିଶାର ସଙ୍ଗୀତ ଦୁନିଆକୁ ଭେଟି ଦେଇଥିଲେ ଅନେ ଭେରାଇଟର ସଙ୍ଗୀତ ।