ଡେରାଡୁନରେ କାର୍ ଭିତରୁ ଗୋଟିଏ ପରିବାରର ୭ ଜଣଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ,୨୭/୦୫: ଉତ୍ତରାଖଣ୍ଡ ଡେରାଡୁନରେ ଘଟିଛି ଅଭାବନୀୟ ଦୁର୍ଘଟଣା । କାର୍ ଭିତରୁ ଗୋଟିଏ ପରିବାରର ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ବାପା, ମା, ତିନି ପିଲା ଓ ପରିବାରର ଅନ୍ୟ ସଦସ୍ୟ ଅଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି । ଡେରାଡୁନ ପଞ୍ଚକୁଳ ସେକ୍ଟର ୨୭ରେ ପାର୍କିଂ ହୋଇଥିବା ଏକ କାର୍‌ରୁ ମୃତଦେହ ମିଳିଛି । କାରଟି ଲକ୍‌ ହୋଇଥିବା ବେଳେ ପରିବାର ଲୋକେ କାର ଭିତରେ ଥିଲେ । ଅଧିକ ପରିମାଣର ଋଣ ଚାପ ଥିବାରୁ ପରିବାର ଲୋକେ ଆତ୍ମହତ୍ୟା କରିଥିବା କୁହଯାଉଛି । ମୃତକମାନେ ଡେରାଡୁନର ପ୍ରବୀଣ ମିତ୍ତଲଙ୍କ ପରିବାର ସଦସ୍ୟ ବୋଲି ସୂଚନା ମିଳିଛି । ସୋମବାର ଏହି ପରିବାର ପଞ୍ଚକୁଳ ବୁଲିବାକୁ ଆସିଥିଲା । ମୃତକଙ୍କ ମଧ୍ୟରେ ୪୨ ବର୍ଷୀୟ ପ୍ରବୀଣ ମିତଲ, ତାଙ୍କ ପତ୍ନୀ ଏବଂ ଦୁଇ ଝିଅ, ଗୋଟିଏ ପୁଅ ଓ ପରିବାରର ଅନ୍ୟ ଲୋକ ଅଛନ୍ତି । ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *