ଭୁବନେଶ୍ୱର, ୦୭/୧୧: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଡିଓ ସାମି ରେଡ୍ଡୀ ଜୟଶ୍ରୀ ନିଲମ୍ବିତ । ନଭେମ୍ବର ୬ ତାରିଖରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏହି ନିଲମ୍ବନ କରାଯାଇଛି । ନିଲମ୍ବନ ଅବଧିରେ ସମ୍ବଲପୁର ସ୍ଥିତ ରାଜସ୍ୱ ଡିଭିଜନାଲ କମିଶନର ବା ଆର୍ଡିସିଙ୍କ କାର୍ଯ୍ୟାଳୟ ରହିବ ତାଙ୍କର ମୁଖ୍ୟାଳୟ । ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ବୋଲି ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି । ଏଥିସହ ସାମି ରେଡ୍ଡୀ ଜୟଶ୍ରୀଙ୍କ ବିରୋଧରେ ଆବଶ୍ୟକ ଅଭିଯୋଗପତ୍ର ଓ ସମ୍ପୃକ୍ତ ପ୍ରମାଣପତ୍ର ଦାଖଲ କରିବାକୁ ବୌଦ୍ଧ ଜିଲ୍ଲାପାଳଙ୍କୁ ମଧ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।