କଟକ ଅଡ଼ସପୁର ବସ୍ ଷ୍ଟାଣ୍ଡରେ ଅଘଟଣ, ଆମ ବସ୍‌ରେ ହଠାତ୍ ଲାଗିଗଲା ନିଆଁ

ଭୁବନେଶ୍ୱର,୦୭/୧୧: କଟକ ଅଡ଼ସପୁର ବସ୍ ଷ୍ଟାଣ୍ଡରେ ଅଘଟଣ ଘଟିଛି । ଆମ ବସ୍‌ରେ ହଠାତ୍ ଲାଗିଗଲା ନିଆଁ । ସୂଚନା ଅନୁସାରେ, ବସ୍‌ର ଟାୟାର ଫାଟିଯିବା ପରେ ନିଆଁ ଲାଗିଥିଲା । ନିଆଁ ଦେଖି ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ତେବେ ତୁରନ୍ତ ସମସ୍ତ ଯାତ୍ରୀଙ୍କୁ ବସ୍‌ରୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବସ୍‌ରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲା । ତେବେ ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବା ସୂଚନା ମିଳିଛି । ଟାୟାର ଫାଟିବାରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସୂଚନା ମିଳିଛି । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଯାଞ୍ଚ ପରେ ସ୍ପଷ୍ଟ ହେବ ।

 

Leave a Reply

Your email address will not be published. Required fields are marked *