ନୂଆଦିଲ୍ଲୀ,୦୬/୧୧: ଚଳନ୍ତା ଟ୍ରେନ୍ରେ ଲାଗିଲା ନିଆଁ । ପଞ୍ଜାବର ପଟିଆଲା ନିକଟରେ କର୍ମଭୂମି ଏକ୍ସପ୍ରେସ୍ର ୪ଟି ବଗିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଟ୍ରେନ୍ରୁ ଚାରିଆଡ଼େ ଧୂଆଁ ବାହାରୁଥିବା ଦେଖି ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ତେବେ ଏହି ଘଟଣାରେ ଏଯାଏଁ କାହାରି ମୃତାହତ ହେବାର ଖବର ମିଳିନାହିଁ । ସୂଚନା ଅନୁସାରେ, ଟ୍ରେନ୍ଟି ଅମୃତସରରୁ ବିହାର ଅଭିମୁଖେ ଯାଉଥିବା ବେଳେ ପଟିଆଲା ନିକଟ ରାଜପୁରା ଅଞ୍ଚଳରେ ଏହି ଅଘଟଣ ଘଟିଛି । ଟ୍ରେନ୍ ଚାଲୁଥିବା ସମୟରେ ହଠାତ୍ ନିଆଁ ଲାଗିଥିବା ପ୍ରାଥମିକ ସୂଚନା ମିଳିଛି । ଟ୍ରେନ୍ର ପ୍ୟାଣ୍ଟ୍ରି କାର୍ରୁ ପ୍ରଥମେ ନିଆଁ ବାହାରିଥିବା କୁହାଯାଉଛି । ପରେ ଏହା ଅନ୍ୟ ବଗିକୁ ବ୍ୟାପିଥିବା ସୂଚନା ରହିଛି ।ଅଗ୍ନିକାଣ୍ଡ ପରେ ଟ୍ରେନ୍ରେ ଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି । ତେବେ ନିଆଁ ଲାଗିବାର ପ୍ରକୃତ କାରଣ କ’ଣ ଜଣାପଡିନି।