ଜାନୁଆରୀ ୨୫ରୁ ଦେଶରେ ଆରମ୍ଭ ହେବ ଜନଗଣନା

ନୂଆଦିଲ୍ଲୀ,୩୦/୧୦: ୨୦୨୭ ଜନଗଣନା ପାଇଁ ଘୋଷଣା ହୋଇଛି ତାରିଖ। ଜାନୁଆରୀ ୨୫ରୁ ଦେଶରେ ଆରମ୍ଭ ହେବ ଜନଗଣନା ।  ଜାନୁଆରୀ ୨୫ରୁ ଫେବ୍ରୁଆରୀ ୨୮ ଯାଏଁ ଘରକୁ ଘର ବୁଲି ଚାଲିବ ଜନସଂଖ୍ୟା ଗଣନା । ଓଡ଼ିଶା ସମେତ ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରକ୍ରିୟା ହେବ । ତେବେ ନିର୍ବାଚନ ହେବାକୁ ଥିବା କିଛି ରାଜ୍ୟ ଓ ତୁଷାରପାତ ପ୍ରଭାବିତ ଅଞ୍ଚଳ ପାଇଁ ଅଲଗା ବ୍ୟବସ୍ଥା ରହିଛି । ୨୦୨୭ ମାର୍ଚ୍ଚ ୧ ତାରିଖ ରାତି ୧୨ଟାକୁ ଜନଗଣନାର ଆଧାର ତାରିଖ ବା ରେଫରେନ୍ସ ଡେଟ୍‌ ଭାବେ ଧାର୍ଯ୍ୟ କରାଯାଇଛି । ତେବେ ଜନଗଣନା ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଜାନୁଆରୀ ୧୦ରୁ ୨୪ ତାରିଖ ଯାଏଁ ଲୋକଙ୍କୁ ସ୍ୱ-ଗଣନାର ସୁଯୋଗ ମିଳିବ । ଅର୍ଥାତ୍‌ ଲୋକେ ନିଜେ ନିଜର ତଥ୍ୟ ଦାଖଲ କରିପାରିବେ । ଏହାପରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରାଯିବ। ମାର୍ଚ୍ଚ ୧ରୁ ୫ ତାରିଖ ଯାଏଁ ତଥ୍ୟର ସଂଶୋଧନ ଓ ଯାଞ୍ଚ ପାଇଁ ରିଭିଜନାଲ୍‌ ରାଉଣ୍ଡ ଚାଲିବ ।

ତେବେ ଏହି ପର୍ଯ୍ୟାୟରେ ସବୁ ରାଜ୍ୟରେ ଏକାସାଙ୍ଗରେ ଜନଗଣନା ହେବ ନାହିଁ। ମଣିପୁରରେ ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଜନଗଣନା ସ୍ଥଗିତ ରହିବ । ସେହିପରି ଗୋଆ, ଉତ୍ତରପ୍ରଦେଶ, ପଞ୍ଜାବ ଓ ଉତ୍ତରାଖଣ୍ଡରେ ଏହି ସମୟସୂଚୀ ଅନୁସାରେ ଗଣନା ହେବ ନାହିଁ । ଲଦାଖ ସମେତ ହିମାଚଳ ପ୍ରଦେଶ ଓ ଜମ୍ମୁ-କାଶ୍ମୀରର ତୁଷାରପାତ ପ୍ରଭାବିତ ଅଣ-ସମକାଳୀନ ଅଞ୍ଚଳରେ ମଧ୍ୟ ଅଲଗା ସମୟସୂଚୀ ରହିଛି ।

Leave a Reply

Your email address will not be published. Required fields are marked *