ନୂଆଦିଲ୍ଲୀ,୩୦/୧୦: ଉତ୍ତରାଖଣ୍ଡ ହେଲିକପ୍ଟର ଦୁର୍ଘଟଣାରେ ସମସ୍ତ ୬ଜଣଙ୍କ ମୃତ୍ୟୁ ହୋଇଛି । ବଦ୍ରିନାଥରୁ ଦେହରାଦୁନ ଫେରୁଥିବା ବେଳେ ଖରାପ ପାଣିପାଗ ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏହି ହେଲିକପ୍ଟର । ଏଥିରେ ପାଇଲଟ୍ଙ୍କ ସମେତ ମୋଟ ୬ ଜଣ ଥିବାବେଳେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି ।ସୂଚନା ଅନୁସାରେ, ହେଲିକପ୍ଟରଟି ଆଜି ବଦ୍ରିନାଥରୁ ଉଡ଼ାଣ ଆରମ୍ଭ କରିଥିଲା । ଏହା ଦେହରାଦୁନର ସହସ୍ତ୍ରଧାରା ହେଲିପ୍ୟାଡ୍ ଅଭିମୁଖେ ଯାଉଥିଲା । ତେବେ ଜୋଶୀମଠ ଉପତ୍ୟକା ଅତିକ୍ରମ କରୁଥିବା ସମୟରେ ହେଲିକପ୍ଟରଟି ଟ୍ରାକିଂ ସିଷ୍ଟମ୍ରୁ ସମ୍ପର୍କ ହରାଇଥିଲା । ଅପରାହ୍ନରେ ଜୋଶୀମଠ ଏସ୍ଡିଏମ୍ଙ୍କଠାରୁ ଏନେଇ ସୂଚନା ପାଇଥିଲା ଜିଲ୍ଲା ପ୍ରଶାସନ । ଜୋଶୀମଠ ଅଞ୍ଚଳର ଚାଇ ଗାଁ ଉପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ରହିଛି।