ଗାଧୋଇବା ବେଳେ ଲୁଣା ନଦୀରେ ଭାସିଯାଇ ୩ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୦/୧୦: ପୂଜା ମାହୋଲ ଭିତରେ ଆସିଛି ଅଘଟଣର ଖବର। ଗାଧୋଇବା ବେଳେ ଲୁଣା ନଦୀରେ ଭାସିଯାଇ ୩ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗହଗା ଘାଟର ଏହି ଅଘଟଣ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।  ମୃତକ ହେଲେ ଗହଗା ଗାଁର ସବ୍ୟସାଚୀ ସ୍ୱାଇଁ, ହିମାଂଶୁ ଶେଖର ଶତପଥୀ ଓ ଚିରଞ୍ଜୀବୀ ପରିଡ଼ା । ଲୁଣା ନଦୀରେ ୭ ଜଣ ସାଙ୍ଗ ମିଶି ଗାଧୋଉ ଥିଲେ। ହଠାତ ନଈ ସ୍ରୋତରେ ପଡ଼ି ଜଣେ ଭାସିଯିବାରୁ, ତାକୁ ଉଦ୍ଧାର କରିବାକୁ ଯାଇ ଆଉ ଦୁଇ ଜଣ ସ୍ରୋତରେ ଟାଣି ହୋଇଗଲେ । ଉପସ୍ଥିତ ଅନ୍ୟମାନେ ଉଦ୍ୟମ କରି ମଧ୍ୟ ତାଙ୍କୁ ଉଦ୍ଧାର କରିପାରିଲେନି। ସେମାନଙ୍କ ସହ ବୁଡ଼ିଯାଉଥିବା ଆଉ ଜଣେ ନାବାଳକ ଉପସ୍ଥିତ ଲୋକ ଉଦ୍ଧାର କରିଥିଲେ। ଖବର ପାଇ ଦମକଳବାହିନୀ ପହଞ୍ଚି ଲୁଣା ନଦୀରେ ଖୋଜାଖୋଜି କରି ୩ ଜଣଙ୍କ ମୃତଦେହ ଉଦ୍ଧାର କରିଛି ।

 

Leave a Reply

Your email address will not be published. Required fields are marked *