ଜଗତସିଂହପୁର ଚାନ୍ଦପୁର ମହିଳ ଗ୍ରାମର ଜଣଙ୍କ ଘରେ ବିସ୍ଫୋରଣ, ଦୁଇ ମୃତ

ଭୁବନେଶ୍ୱର,୦୮/୧୦: ଜଗତସିଂହପୁର ଚାନ୍ଦପୁର ମହିଳ ଗ୍ରାମରେ ବାଣ ବିସ୍ଫୋରଣ । ଏହି ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି । ମୃତକ ହେଲେ ମନୋରଞ୍ଜନ ସ୍ୱାଇଁ ଓ ତାଙ୍କ ପୁଅ ସୌମ୍ୟ ସାହିଲ ସ୍ୱାଇଁ ।ପ୍ରଥମେ ଘଟଣାସ୍ଥଳରେ ମନୋରଞ୍ଜନଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ପୁଅ। ଅନ୍ୟପକ୍ଷରେ ମନୋରଞ୍ଜନଙ୍କ ଘରେ ଭଡ଼ା ରହୁଥିବା ଜଣେ ଶିକ୍ଷକ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ଅନ୍ୟପଟେ କେମିତି ହେଲା ଏତେ ବଡ଼ ବିସ୍ଫୋରଣ, ତା’ର କାରଣ ଏବେବି ଅସ୍ପଷ୍ଟ । ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *