ଭୁବନେଶ୍ୱର,୦୫/୧୦: ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୧୩ରୁ ୧୪ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ନୂଆ ସିଷ୍ଟମ୍ ବା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହି ସିଷ୍ଟମ୍ କେତେ ଶକ୍ତିଶାଳୀ ହେବ ଏବଂ କେଉଁ ଦିଗକୁ ଗତି କରିବ, ତାହା ଏବେଠାରୁ ନିଶ୍ଚିତ ଭାବେ କହିହେବ ନାହିଁ ବୋଲି ପାଣିପାଗ ବୈଜ୍ଞାନିକ କହିଛନ୍ତି । ବର୍ତ୍ତମାନର ପାଣିପାଗ ଆକଳନ ଅନୁସାରେ, ସିଷ୍ଟମ୍ଟି ସାଧାରଣ ଲଘୁଚାପରୁ ଅବପାତ ପର୍ଯ୍ୟନ୍ତ ତୀବ୍ର ହୋଇପାରେ ବୋଲି କୁହାଯାଉଛି । ଏହା ବାତ୍ୟାର ରୂପ ନେବ କି ନାହିଁ, ସେନେଇ ଏବେଠାରୁ କୌଣସି ସ୍ପଷ୍ଟ ଆକଳନ କରାଯାଇନାହିଁ । ବର୍ତ୍ତମାନ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ପରିସ୍ଥିତି ବିଶେଷ ଅନୁକୂଳ ନଥିବା ବେଳେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମଧ୍ୟ ପ୍ରତ୍ୟାହାର ହେଉଛି । ଏହା ସହ ଉତ୍ତର-ପୂର୍ବ ମୌସୁମୀ ବାୟୁ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛି । ଏବେଠାରୁ ବାତ୍ୟା ନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ । ତେବେ ଆସନ୍ତା ୮ରୁ ୧୦ ତାରିଖ ମଧ୍ୟରେ ସିଷ୍ଟମ୍ର ଗତିପଥ, ତୀବ୍ରତା ଏବଂ ସମ୍ଭାବ୍ୟ ପ୍ରଭାବ ନେଇ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରେ। ତେଣୁ ଏବେ ବଙ୍ଗୋପସାଗରର ପାଣିପାଗ ଗତିବିଧି ଉପରେ ନଜର ରହିଛି ।