ଆଜି ମୂଳାଷ୍ଟମୀ, ମା’ କଟକ ଚଣ୍ଡୀଙ୍କ ଠାରେ ଆରମ୍ଭ ହେବ ଷୋଡ଼ଶ ଉପଚାର

ଭୁବନେଶ୍ୱର,୨/୧୦: ଆଜି ମୂଳାଷ୍ଟମୀ । ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠମାନଙ୍କରେ ମା’ଙ୍କର ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବ । ମା’ କଟକ ଚଣ୍ଡୀଙ୍କ ଠାରେ ଆରମ୍ଭ ହେବ ଷୋଡ଼ଶ ଉପଚାର ପୂଜା । ଘଟ ପ୍ରତିଷ୍ଠା ପରେ ଆସନ୍ତାକାଲି ଠାରୁ ୧୬ ବେଶରେ ଦର୍ଶନ ନ ଦେବେ ମା’ କଟକ ଚଣ୍ଡୀ । ମା’ଙ୍କ ସବୁଠାରୁ ବଡ଼ ପର୍ବ ହେଉଛି ଦୁର୍ଗାପୂଜା। ସେଥିପାଇଁ ସଜେଇ ହୋଇଛି ମା’ କଟକ ଚଣ୍ଡୀଙ୍କ ପୀଠ। ସେହିପରି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ଆଜି ଠାରୁ ମାଆଙ୍କ ସହସ୍ର କୁମ୍ଭାଭିଷେକ ।୧୦୮ ସୁବାସିତ ଜଳରେ ମାଆ ସ୍ନାନ କରିବେ । ଶୟନରତ ଥିବା ମା’ ମଙ୍ଗଳାମୟୀଙ୍କୁ ଜାଗ୍ରତ କରାଯିବ । ଘଣ୍ଟ ଘଣ୍ଟା ମନ୍ତ୍ର ପାଠ ସହ କମ୍ପି ଉଠିବ ମା’ଙ୍କ ମନ୍ଦିର। ସେଥିପାଇଁ ମା’ଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଜମିବା ଆରମ୍ଭ ହୋଇଛି । ଆଜିଠାରୁ ପାର୍ବଣ ଋତୁ ଆରମ୍ଭ ହେବ । ଏବେ ପଞ୍ଚ ଉପଚାରରେ ପୂଜା ନୀତି ଚାଲୁଥିବାବେଳେ ଆଜିଠାରୁ ନୀତି ପରିବର୍ତନ ହୋଇ ଷୋଡ଼ଶ ଉପଚାର ରେ ପୂଜା ନୀତି ଚାଲିବ ।

Leave a Reply

Your email address will not be published. Required fields are marked *