ଆଇସିସି ୨୦୨୭ ଦିନିକିଆ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ଘୋଷଣା

ଭୁବନେଶ୍ୱର, ୧/୧୦:କେପଟାଉନ୍‌ରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଆଇସିସି ପକ୍ଷରୁ ୨୦୨୭ ଦିନିକିଆ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟ୍‌ର ଏହି ମହାକୁମ୍ଭ ଅକ୍ଟୋବର ୨, ୨୦୨୭ରୁ ଆରମ୍ଭ ହୋଇ ନଭେମ୍ବର ୨୧ରେ ଫାଇନାଲ୍‌ ସହ ଶେଷ ହେବ।

ଭାରତୀୟ ଦଳ ଅକ୍ଟୋବର ୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍‌ ଖେଳିବ। ତେବେ କ୍ରିକେଟ୍‌ପ୍ରେମୀଙ୍କ ନଜର ସବୁଠାରୁ ଅଧିକ ଭାରତ-ପାକିସ୍ତାନ ମୁକାବିଲା ଉପରେ ରହିବ। ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଅକ୍ଟୋବର ୧୦ରେ ଖେଳାଯିବ। ଭାରତ ଓ ପାକିସ୍ତାନକୁ ସମାନ ଗ୍ରୁପ୍‌ରେ ରଖାଯାଇଛି। ୨୦୨୭ ବିଶ୍ୱକପ୍‌ର ଆୟୋଜନ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆରେ ହେବ। ମୋଟ ୧୨ଟି ଭେନ୍ୟୁରେ ୫୭ଟି ମ୍ୟାଚ୍‌ ଖେଳାଯିବ। ଏଥିରୁ ଦକ୍ଷିଣ ଆଫ୍ରିକାରେ ୮ଟି, ଜିମ୍ବାୱେରେ ୩ଟି ଏବଂ ନାମିବିଆରେ ଗୋଟିଏ ଭେନ୍ୟୁ ରହିଛି। ଏଥର ବିଶ୍ୱକପ୍‌ର ଫର୍ମାଟ୍‌ ମଧ୍ୟ ଭିନ୍ନ ରହିବ। ମୋଟ ୧୪ଟି ଦଳ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ। ପ୍ରଥମ ପର୍ଯ୍ୟାୟରେ ଦୁଇଟି ଦଳ ବାଦ୍‌ ପଡ଼ିବା ପରେ ୧୨ଟି ଦଳକୁ ଦୁଇଟି ଗ୍ରୁପ୍‌ରେ ବାଣ୍ଟି ଦିଆଯିବ।

ଗ୍ରୁପ୍‌-ଏ: ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଭାରତ, ପାକିସ୍ତାନ, ଜିମ୍ବାୱେ ଓ କ୍ୱାଲିଫାୟର୍‌-ଏ।
ଗ୍ରୁପ୍‌-ବି: ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ କ୍ୱାଲିଫାୟର୍‌-ବି।

 

Leave a Reply

Your email address will not be published. Required fields are marked *