ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା ଅଭିଯାନରେ ଯୋଗଦେଲେ, ଝାଡୁ ଧରି ଓଳେଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧/୧୦; ଏକ ଦିନ୍, ଏକ ଘଣ୍ଟା, ଏକ ସାଥ୍’ ସ୍ୱଚ୍ଛତା ଅଭିଯାନରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଏମସି ପକ୍ଷରୁ ଖଣ୍ଡଗିରିରେ ଆୟୋଜିତ ହୋଇଛି ଅଭିଯାନ। ଏହି ଅବସରରେ ଭୁବନେଶ୍ୱରକୁ ଦେଶର ନମ୍ବର ୱାନ୍ ସ୍ୱଚ୍ଛ ସହର କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଉ କହିଛନ୍ତି, ସହରର ସ୍ୱଚ୍ଛତା ପାଇଁ ପ୍ରତ୍ୟେକ ନାଗରିକ ସଚେତନ ହେବା ଦରକାର। ଆମେ ଯେପରି ନିଜ ଘର, ବାଡ଼ି, ଦାଣ୍ଡ ଓ ଅଗଣା ସଫା ରଖୁଛୁ, ସେହିପରି ଆମ ଦୃଷ୍ଟିକୋଣକୁ ଆଉ ଟିକିଏ ପ୍ରସାରିତ କରିବା ଆବଶ୍ୟକ। ଘର ଆଗ ରାସ୍ତା ଓ ନିଜ କଲୋନୀକୁ ସଫା ରଖିବାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର।ସଫେଇ କର୍ମଚାରୀମାନଙ୍କ କାର୍ଯ୍ୟରେ ଯୋଡ଼ିହୋଇ ଘରର ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା କରି ନିୟମିତ ସଫେଇ ଗାଡ଼ିକୁ ଦେବା ଏବଂ ରାସ୍ତାରେ ଅଳିଆ ନ ଫିଙ୍ଗି ଅନ୍ୟମାନଙ୍କୁ ମଧ୍ୟ ବାରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ବିଏମସି ମେୟର ସୁଲୋଚନା ଦାସ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ଜଗନ୍ନାଥ ପ୍ରଧାନ, ବିଏମସି କମିଶନର ଚଞ୍ଚଲ ରାଣା, କର୍ପୋରେଟର, ବିଏମସି କର୍ମଚାରୀ ସମେତ ସଫେଇ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *