ନୂଆଦିଲ୍ଲୀ,୨୮/୦୯: ମହାନଦୀ ଜଳ ଆବଣ୍ଟନକୁ ନେଇ ଦୀର୍ଘ ବର୍ଷ ହେଲା ଲାଗି ରହିଛି ବିବାଦ। ଛତିଶଗଡ଼ ବିରୋଧରେ ଦିଲ୍ଲୀରୁ ଓଡ଼ିଶା ପର୍ଯ୍ୟନ୍ତ ଆନ୍ଦୋଳନ ବି ହୋଇଛି। ସରକାର ବଦଳିବା ପରେ ଏହି ପ୍ରସଙ୍ଗରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି।ତଥାପି ବିବାଦର ସମାଧାନ ହେଉନଥିବାରୁ, ଖୁବଶୀଘ୍ର କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ହସ୍ତକ୍ଷେପ କରିବାକୁ ଯାଉଛନ୍ତି। ଓଡ଼ିଶା ଆଡଭୋକେଟ ଜେନେରାଲଙ୍କ ସୂଚନା ଅନୁସାରେ, ଆସନ୍ତା ଅକ୍ଟୋବର ୧ ତାରିଖରେ ହେବ ବୈଠକ। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏହି ବୈଠକରେ ସାମିଲ ହେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ। ଆଶା କରାଯାଉଛି ଶାହାଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ବାହାରିପାରେ ମହାନଦୀ ବିବାଦ ସମାଧାନର ବାଟ ।