ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାମ ଘୋଷଣା କଲା ବିଜେପି, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ ?

ନୂଆଦିଲ୍ଲୀ, ୨୩/୦୯: ଭାରତୀୟ ଜନତା ପାର୍ଟିରେ ବଡ଼ ସାଙ୍ଗଠନିକ ପରିବର୍ତ୍ତନ । ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ବିଜେପିର ଜାତୀୟ ଅଧ୍ୟକ୍ଷ ନିତିନ ନବୀନ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରଦେଶ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କୁ ନିଯୁକ୍ତ କରିଛନ୍ତି । ବିଭିନ୍ନ ରାଜ୍ୟରେ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କୁ ନେଇ ଦଳୀୟ ସ୍ତରରେ ଦାୟିତ୍ୱ ବଣ୍ଟନ ହୋଇଛି । ଆଗାମୀ ବିଧାନସଭା ନିର୍ବାଚନ ଏବଂ ସାଙ୍ଗଠନିକ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଏହି ନିଯୁକ୍ତି କରାଯାଇଛି ।

ବିଜେପି ପ୍ରଭାରୀ ଓ ସହ-ପ୍ରଭାରୀ ତାଲିକା
• ଆଣ୍ଡାମାନ-ନିକୋବର: ପ୍ରଭାରୀ – ଜୟ ପ୍ରକାଶ
• ଅରୁଣାଚଳ ପ୍ରଦେଶ: ପ୍ରଭାରୀ – ଡ. ଦେବେଶ କୁମାର
• ଆନ୍ଧ୍ରପ୍ରଦେଶ: ପ୍ରଭାରୀ – ଡ. ଅରବିନ୍ଦ ଭଦୌରିଆ; ସହ-ପ୍ରଭାରୀ – ବନଥୀ ଶ୍ରୀନିବାସନ
• ଆସାମ: ପ୍ରଭାରୀ – ମଙ୍ଗଳ ପାଣ୍ଡେ; ସହ-ପ୍ରଭାରୀ – ଫାଙ୍ଗନୋନ କୋନ୍ୟାକ ଓ ମନୋଜ ଟିଗ୍ଗା
• ବିହାର: ପ୍ରଭାରୀ – ହରିଶ ଦ୍ୱିବେଦୀ; ସହ-ପ୍ରଭାରୀ – ସଙ୍ଗୀତା ଯାଦବ, ରୋହନ ଗୁପ୍ତା
• ଚଣ୍ଡୀଗଡ଼: ପ୍ରଭାରୀ – ମହେନ୍ଦ୍ର ପାଣ୍ଡେ
• ଛତିଶଗଡ଼: ପ୍ରଭାରୀ – ସ୍ମୃତି ଇରାନୀ; ସହ-ପ୍ରଭାରୀ – ସିଦ୍ଧାର୍ଥ ଶମ୍ଭୁ
• ଦାଦରା ନଗର ହାବେଳି ଓ ଦମନ-ଦିଉ: ପ୍ରଭାରୀ – ବର୍ଷାବେନ ନରେନ୍ଦ୍ରଭାଇ ଦୋଶୀ
• ଦିଲ୍ଲୀ: ପ୍ରଭାରୀ – ବିନୟ ସହସ୍ରବୁଦ୍ଧେ; ସହ-ପ୍ରଭାରୀ – ଜାମୟାଙ୍ଗ ତ୍ସେରିଙ୍ଗ ନାମଗ୍ୟାଲ ଓ ଦର୍ଶନାବେନ ଜରଦୋଶ
• ଗୋଆ: ପ୍ରଭାରୀ – ଭାରତୀ ପ୍ରବୀଣ ପୱାର; ସହ-ପ୍ରଭାରୀ – ଅନିଲ ଆଣ୍ଟୋନୀ
• ଗୁଜରାଟ: ପ୍ରଭାରୀ – ତରୁଣ ଚୁଘ; ସହ-ପ୍ରଭାରୀ – ଅଜୟ ମହାୱର ଓ ଗୋମତୀ ସାଇ
• ହରିୟାଣା: ପ୍ରଭାରୀ – ସ୍ମୃତି ଇରାନୀ; ସହ-ପ୍ରଭାରୀ – ଡ. ଭୋଲା ସିଂହ
• ହିମାଚଳ ପ୍ରଦେଶ: ପ୍ରଭାରୀ – ଶ୍ରୀକାନ୍ତ ଶର୍ମା; ସହ-ପ୍ରଭାରୀ – ଦର୍ଶନା ସିଂହ
• ଜମ୍ମୁ-କଶ୍ମୀର: ପ୍ରଭାରୀ – ସତୀଶ ପୁନିଆ; ସହ-ପ୍ରଭାରୀ – ରୀନା କଶ୍ୟପ
• ଝାଡ଼ଖଣ୍ଡ: ପ୍ରଭାରୀ – ଗଜେନ୍ଦ୍ର ପଟେଲ; ସହ-ପ୍ରଭାରୀ – ନିବେଦିତା ସିଂହ
• କର୍ଣ୍ଣାଟକ: ପ୍ରଭାରୀ – ହରିଶ ଦ୍ୱିବେଦୀ; ସହ-ପ୍ରଭାରୀ – କସମ୍ ବେଙ୍କଟେଶ୍ୱରଲୁ
• କେରଳ: ପ୍ରଭାରୀ – ଏମ୍. ନାଗରାଜା; ସହ-ପ୍ରଭାରୀ – ଏମ୍. ବେଙ୍କଟେଶନ
• ଲଦାଖ: ପ୍ରଭାରୀ – ରାଜକୁମାର ଭାଟିଆ
• ଲକ୍ଷଦ୍ୱୀପ: ପ୍ରଭାରୀ – ଜର୍ଜ କୁରିଆନ୍

Leave a Reply

Your email address will not be published. Required fields are marked *