ଶ୍ରୀମନ୍ଦିରରେ କାଲି ସ୍ୱତନ୍ତ୍ର ନୀତି, ୬ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ୱର,୨୨/୦୯: ଶ୍ରୀମନ୍ଦିରରେ କାଲି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବାକୁ ଯାଉଛି । ଏହି ସ୍ୱତନ୍ତ୍ର ନୀତି ଯୋଗୁଁ କାଲି କିଛି ସମୟ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆସନ୍ତା କାଲି ବୁଧବାର ଦିନ, ଭାଦ୍ରବ – ଶୁକ୍ଳ ଦ୍ୱାଦଶୀ ତିଥି ଅବସରରେ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କର ବାମନ ଜନ୍ମ ନୀତି ଅନୁଷ୍ଠିତ ହେବାକୁ ଯାଉଛି । ଶ୍ରୀ ଜଗନ୍ନାଥଙ୍କ 32 ପ୍ରକାର ବେଶ ମଧ୍ୟରୁ ବାମନ ଜନ୍ମ ନୀତି ଅବସରରେ ଶ୍ରୀଜିଉଙ୍କର ବଳି ବାମନ ବେଶ ଅନୁଷ୍ଠିତ ହେବ । ଏଥିଲାଗି ମଧ୍ୟାହ୍ନ ଧୂପ ଛେକ ଆସିବା ପରେ ପରେ ଆପାତତଃ ଅପରାହ୍ନ ୫ଟାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ଅର୍ଥାତ ୬ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟରେ ପାର୍ଶ୍ୱବର୍ତ୍ତୀ ମନ୍ଦିରର ଦର୍ଶନରେ ସର୍ବସାଧାରଣ ଦର୍ଶନ ଖୋଲାରହିବ ।

Leave a Reply

Your email address will not be published. Required fields are marked *