ନୂଆଦିଲ୍ଲୀ,୩୧/୦୮: ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ମୃତ୍ୟସଂଖ୍ୟା ୯୦୩କୁ ବଢ଼ିଛି । ନେପାଳୀ କର୍ତ୍ତୃପକ୍ଷ ଏନେଇ ସୁଚନା ଦେଇଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାପକ ମାତ୍ରାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତିବ୍ବତ ସୀମା ନିକଟରେ ହୋଇଥିବା ବରଫ-ପଥର ଧସିପଡ଼ିବା କାରଣରୁ ସୃଷ୍ଟି ହୋଇଥିବା ଏହି ବନ୍ୟା ଓ ଭୂସ୍ଖଳନରେ ହଜାର ହଜାର ଲୋକ ନିଖୋଜ ଅଛନ୍ତି। ପ୍ରାୟ ୨୦,୦୦୦ ସୁରକ୍ଷା କର୍ମୀ ଏବଂ ୧୪ଟି ସାମରିକ ହେଲିକପ୍ଟର ଉଦ୍ଧାର ଓ ସହାୟତା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ନେପାଳ ସରକାର କହିଛନ୍ତି ଯେ ସୋମବାର ସକାଳ ୭ଟା ସୁଦ୍ଧା ପ୍ରାୟ ୨,୫୦୦ରୁ ୩,୦୦୦ ଲୋକ ନିଖୋଜ ବା ସମ୍ପର୍କହୀନ ରହିଛନ୍ତି। ସୁରକ୍ଷା ବାହିନୀ ଦ୍ୱାରା ୮,୭୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ବନ୍ୟା ଓ ଭୂସ୍ଖଳନ ପରେ ଅନେକ ଭାରତୀୟ ନାଗରିକ ମଧ୍ୟ ଏବେ ସୁଦ୍ଧା ନିଖୋଜ ରହିଛନ୍ତି। କର୍ତ୍ତୃପକ୍ଷ କହିଛନ୍ତି ଯେ ୧୪୯ରୁ ୧୮୦ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି, ପ୍ରାୟ ୨୭୫ରୁ ୩୨୦ ଜଣ ନିଖୋଜ ରହିଛନ୍ତି ।