ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା, ବଢୁଛି ସୁବର୍ଣ୍ଣରେଖା ନଦୀ ଜଳସ୍ତର; ବିପଦରେ ତଳିଆ ଅଞ୍ଚଳ

ଭୁବନେଶ୍ୱର,୩୧/୦୮: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀରେ ପୁଣି ବଢ଼ିବାରେ ଲାଗିଛି ଜଳସ୍ତର । ଫଳରେ ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ପୁଣି ବିପଦ ବଢ଼ିଛି । ବଡ଼ କଥା ହେଉଛି, ଦ୍ୱିତୀୟ ବନ୍ୟାର ପାଣି ଏପର୍ଯ୍ୟନ୍ତ ଗାଁରୁ ସମ୍ପୂର୍ଣ୍ଣ ଛାଡ଼ିନଥିବା ବେଳେ ପୁଣି ପାଣି ବଢ଼ିବା ଆରମ୍ଭ କରିଛି । ପାଣି ବଢ଼ିବା ଯୋଗୁଁ ମୁଖ୍ୟ ରାସ୍ତା ଉପରେ ୨ ଫୁଟ୍‌ରୁ ଅଧିକ ବନ୍ୟାଜଳ ପ୍ରବାହିତ ହେଉଛି। ଏଥିପାଇଁ ଭୋଗରାଇ ବ୍ଲକ୍‌ର କୁଳିଦା ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ରାସ୍ତା ଉପରେ ପାଣି ଚାଲୁଥିବାରୁ ଲୋକଙ୍କ ଯାତାୟାତ ଏବେ ବଡ଼ ସମସ୍ୟା ପାଲଟିଛି । ଜରୁରୀ କାମରେ ମଧ୍ୟ ବାହାରକୁ ଯିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି । ପ୍ରାୟ ୧୫ ଦିନ ହେଲାଣି ବନ୍ୟା ଦୁର୍ଦ୍ଦଶାରୁ ମୁକୁଳି ପାରିନାହାନ୍ତି ଲୋକେ । ଦୁଇ ମୁଠା ଶାନ୍ତିରେ ଖାଇବା ମଧ୍ୟ କଷ୍ଟକର ହୋଇଥିବା ବେଳେ, ଏବେ ପୁଣି ପାଣି ବଢ଼ିବା ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି ।

Leave a Reply

Your email address will not be published. Required fields are marked *