୩୦୦ ଫୁଟର ଘାଇ ସୃଷ୍ଟି, ଭଦ୍ରକ-ଯାଜପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ଭୁବନେଶ୍ୱର,୨୯/୦୮: ବନ୍ୟା ପାଣିରେ ଧୋଇଗଲା ରାସ୍ତା । ୨୦ ନମ୍ବର ଜାତୀୟ ରାଜପଥ ବୋଡ଼କ ନିକଟରେ ପ୍ରାୟ ୩୦୦ ଫୁଟର ଘାଇ ସୃଷ୍ଟି ହୋଇଛି। ଏହାସହ ପ୍ରାୟ ୧ କିଲୋମିଟର ରାସ୍ତା ଭାଙ୍ଗି ନଷ୍ଟ ହୋଇଯାଇଛି। ଫଳରେ ଭଦ୍ରକ-ଯାଜପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେପଟେ ବୈତରଣୀ ନଦୀର ବନ୍ୟାଜଳ ଏବେ ବି ବିପଦ ସଂକେତ ତଳେ ପ୍ରବାହିତ ହେଉଛି। କ୍ରମାଗତ ବନ୍ୟା ଯୋଗୁଁ ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅନେକ ଅଞ୍ଚଳରେ ବନ୍ୟାପାଣି ପଶିବା ସହ ବ୍ୟାପକ ଚାଷଜମି ଜଳମଗ୍ନ ହୋଇଛି। ରାସ୍ତା ଭାଙ୍ଗିଯିବାରୁ ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି ।

Leave a Reply

Your email address will not be published. Required fields are marked *