ୟୁକ୍ରେନ୍‌ ଉପରେ ଋଷର ଭୟଙ୍କର ଆକ୍ରମଣ, ୨୭ ମୃତ

ନୂଆଦିଲ୍ଲୀ,୨୯/୦୮: ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପୁଣି ଭୀଷଣ ରୂପ ନେଇଛି। ରୁ‌ଷ୍ ଗତ ତିନି ଦିନ ହେଲା ୟୁକ୍ରେନ୍‌ ଉପରେ ଭୟଙ୍କର ଆକ୍ରମଣ ଜାରି ରଖିଛି। ଆକା‌ଶ ମାର୍ଗରୁ ରୁଷ୍‌ରୁ ଆକ୍ରମଣ ଜାରି ରହିଥିବାବେଳେ କିବ୍‌ ନିକଟସ୍ଥ ୟୁକ୍ରେନର ବୁଚା ଜିଲ୍ଲାରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି, ଡଜନ ଡଜନ ଘର କ୍ଷତିଗ୍ରସ୍ତ ହୋଇଛି । ଏହି ଅଞ୍ଚଳରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି ବୋଲି ୟୁକ୍ରେନୀୟ ଅଧିକାରୀମାନେ କହିଛନ୍ତି। ରୁଷ୍‌ର ଘନ ଘନ ଆକ୍ରମଣ ଯୋଗୁ କିବ୍‌ରେ ଦୈନନ୍ଦିନ ଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଆର୍ଥିକ କାର୍ୟ୍ୟକଳାପ ବନ୍ଦ ରହିଛି। ଆଞ୍ଚଳିକ ସାମରିକ ପ୍ରଶାସନର ମୁଖ୍ୟ ଟାଇମୁର ତକାଚେଙ୍କୋ କହିଛନ୍ତି ଯେ, ଆକ୍ରମଣରେ ଅତି କମରେ ୫୦ଟି ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଛି। ନିଆଁ ଅନେକ ଘର ଓ ଏକ ରେଷ୍ଟୁରାଣ୍ଟକୁ ବ୍ୟାପିଯାଇଛି। ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି ଯେ, ମାଇଲା ଗ୍ରାମର ଏକ ଗୋଦାମ ଉପରେ ଆକ୍ରମଣ ପରେ ବଡ଼ଧରଣର ବିସ୍ଫୋରଣ ହୋଇଥିଲା।

Leave a Reply

Your email address will not be published. Required fields are marked *