ଦିଲ୍ଲୀରେ ବଢ଼ିଲା ସିଏନଜି ଦର,ଜାଣନ୍ତୁ ଏବେ ଅଛି କେତେ?

ଭୁବନେଶ୍ୱର,୨୯/୦୮: ଦିଲ୍ଲୀରେ ବଢ଼ିଲା ସିଏନଜି ଦର । ଦିଲ୍ଲୀରେ ସିଏନଜି ଦର ପ୍ରତି କିଲୋଗ୍ରାମ ପିଛା ୩.୮୯ ଟଙ୍କା ବୃଦ୍ଧି କରାଯାଇଥିବାବେଳେ ନୂତନ ଦର ୮୬.୯୮ ଟଙ୍କା ହୋଇଛି । କେବଳ ଦିଲ୍ଲୀ ନୁହେଁ, ଏହି ବର୍ଦ୍ଧିତ ଦର ନୋଏଡା, ଗ୍ରେଟର ନୋଏଡା ଏବଂ ଗାଜିଆବାଦରେ ମଧ୍ୟ ଲାଗୁ କରାଯାଇଛି। ରକ୍ଷାବନ୍ଧନ ପର୍ବ ସରିବା ମାତ୍ରେ ଆସିଥିବା ଏହି ଦର ବୃଦ୍ଧି ସାଧାରଣ ସିଏନଜି ମହଙ୍ଗା ହେବାର ସିଧାସଳଖ ପ୍ରଭାବ ଅଟୋ, କ୍ୟାବ ଏବଂ ବେସରକାରୀ ଗାଡ଼ି ଚାଳକଙ୍କ ଉପରେ ପଡ଼ିବ । ଓଲା ଏବଂ ଉବେର ଭଳି କ୍ୟାବ୍ ସେବା ପାଇଁ ଏବେ ଯାତ୍ରୀମାନଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ସର୍ବସାଧାରଣ କ୍ଷେତ୍ରର ସଂସ୍ଥା ‘IGL’ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଅନ୍ତର୍ଜାତୀୟ ବଜାରରେ ଏଲଏନଜିର ମୂଲ୍ୟ ବହୁତ ଅଧିକ ରହିଛି ।

Leave a Reply

Your email address will not be published. Required fields are marked *