ନେପାଳରେ ପ୍ରଳୟଙ୍କରୀ ବନ୍ୟାର ତାଣ୍ଡବ, ମୃତ୍ୟୁ ସଂଖ୍ୟା ୪୬୯କୁ ବୃଦ୍ଧି

ନୂଆଦିଲ୍ଲୀ,୨୮/୦୮: ନେପାଳରେ ପ୍ରଳୟଙ୍କରୀ ବନ୍ୟାର ତାଣ୍ଡବ  । ଦିନ ଗଡ଼ିବା ସହ ବଢ଼ିଚାଲିଛି ମୃତକଙ୍କ ସଂଖ୍ୟା । ପାହାଡ଼ ଓ ମାଟି ତଳୁ ଉଦ୍ଧାର ହେଉଛି ମୃତଦେହ । ନେପାଳ-ତିବ୍ବତ ସୀମା ଅଞ୍ଚଳରେ ଘଟିଥିବା ଏହି ଭୟଙ୍କର ବିପର୍ଯ୍ୟୟରେ ମୃତ୍ୟୁସଂଖ୍ୟା ୪୬୯ରେ ପହଞ୍ଚିଥିବା ରିପୋର୍ଟ ସାମ୍ନାକୁ ଆସିଛି । ଏହାସହ ବହୁ ସଂଖ୍ୟକ ଲୋକ ଏବେ ବି ନିଖୋଜ ଅଛନ୍ତି । ଫ୍ଲାସ୍‌ ଫ୍ଲଡ୍‌ରେ ଅନେକ ଗାଁ, ରାସ୍ତା ଓ ବ୍ରିଜ୍‌ ଧୋଇଯାଇଛି। ଯୋଗାଯୋଗ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବାରୁ ଅନେକ ଅଞ୍ଚଳରେ ପହଞ୍ଚିବା ମଧ୍ୟ ଉଦ୍ଧାରକାରୀ ଦଳ ପାଇଁ ଚ୍ୟାଲେଞ୍ଜ ହୋଇଛି । ହେଲିକପ୍ଟର ଓ ଅନ୍ୟାନ୍ୟ ଉପାୟରେ ନେପାଳ ସୁରକ୍ଷାବାହିନୀ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି ରଖିଛନ୍ତି । ଏହି ବିପର୍ଯ୍ୟୟରେ ଭାରତ ସମେତ ଅନେକ ଦେଶର ନାଗରିକ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି । ଭାରତୀୟ ବିଦେଶ ମନ୍ତ୍ରଣାଳୟ ଅନୁସାରେ, ୨୮୮ ଜଣ ଭାରତୀୟଙ୍କ ସହ ଏପର୍ଯ୍ୟନ୍ତ ଯୋଗାଯୋଗ ହୋଇପାରିନାହିଁ, ଯେତେବେଳେ ୨୧ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି।

 

Leave a Reply

Your email address will not be published. Required fields are marked *