ଭୁବନେଶ୍ୱର,୨୭/୦୮: ଗଞ୍ଜାମ ଗସ୍ତ ଅବସରରେ ବିସ୍ଥାପିତଙ୍କ ପାଇଁ ଏକ ବଡ଼ ଆର୍ଥିକ ସହାୟତା ପ୍ୟାକେଜ୍ ଏବଂ ଘରବାରି ପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆ ଗୋଳାବନ୍ଧଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସେ ଦୀର୍ଘ ୪ ଦଶନ୍ଧି ଧରି ଲାଗି ରହିଥିବା ଜଟିଳ ବିସ୍ଥାପିତ ସମସ୍ୟାର ସ୍ଥାୟୀ ସମାଧାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ ପରିବାର ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ମୋଟ ୭୫.୬୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ୟାକେଜ୍ ଘୋଷଣା କରିବା ସହ ୧,୦୦୮ଟି ନୂତନ ବାସଗୃହ ପ୍ରଦାନ କରିଛନ୍ତି । ଏହାବ୍ୟତୀତ ଛେଳିଗଡ଼ ଜଳସେଚନ ପ୍ରକଳ୍ପର ୧୧୨ଟି ବିସ୍ଥାପିତ ପରିବାରକୁ ଘରବାରି ଏବଂ ଚାଷଜମିର ପଟ୍ଟା ପ୍ରଦାନ କରାଯାଇଛି ।