ରକ୍ଷା ବନ୍ଧନ ଅବସରରେ ମହିଳା ଯାତ୍ରୀଙ୍କ ପାଇଁ ବଡ଼ ଘୋଷଣା କଲା କ୍ରୁଟ୍‌, ଜାଣନ୍ତୁ କଣ ?

ଭୁବନେଶ୍ୱର,୨୭/୦୮:  ରକ୍ଷା ବନ୍ଧନ ଅବସରରେ ମହିଳା ଯାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ରୁଟ୍‌ । ଆଜି ୨୦୨୬ ରକ୍ଷା ବନ୍ଧନ ଦିନରେ ରାଜ୍ୟର ୭ଟି ସହରରେ ମହିଳାମାନେ ଆମ ବସ୍‌ରେ ଦେୟମୁକ୍ତ ଯାତ୍ରା କରିପାରିବେ । ଏହି ସୁବିଧା ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝର ସହରରେ ଚଳାଚଳ କରୁଥିବା ସମସ୍ତ ଆମ ବସ୍‌ରେ ଉପଲବ୍ଧ ହେବ । କ୍ରୁଟ୍‌ର ଏହି ପଦକ୍ଷେପ ଦ୍ୱାରା ଦିନକରେ ଏକ ଲକ୍ଷରୁ ଅଧିକ ମହିଳା ଯାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି । ମହିଳାମାନଙ୍କୁ ନିରାପଦ, ସୁବିଧାଜନକ ଓ ଆର୍ଥିକ ଭାରମୁକ୍ତ ଯାତାୟାତ ସୁବିଧା ଯୋଗାଇଦେବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । ରକ୍ଷା ବନ୍ଧନ ଅବସରରେ ମହିଳା ସଶକ୍ତିକରଣ ଓ ସୁରକ୍ଷିତ ଜନପରିବହନକୁ ଗୁରୁତ୍ୱ ଦେଇ କ୍ରୁଟ୍‌ ପକ୍ଷରୁ ଏହି ଘୋଷଣା କରାଯାଇଛି । ଆମ ବସ୍‌ରେ ଯାତ୍ରା କରି ମହିଳାମାନେ ନିଜର ସାମାଜିକ, ଆର୍ଥିକ ଓ ପାରିବାରିକ କାର୍ଯ୍ୟରେ ଅଧିକ ସୁବିଧାରେ ଯୋଗଦେଇପାରିବେ ବୋଲି କ୍ରୁଟ୍‌ ଆଶା ରଖିଛି ।

ତେବେ ମାଗଣା ଯାତ୍ରା କରିବା ସତ୍ତ୍ୱେ ପ୍ରତ୍ୟେକ ମହିଳା ଯାତ୍ରୀଙ୍କୁ ‘ଜିରୋ ଟିକେଟ୍‌’ ନେବା ବାଧ୍ୟତାମୂଳକ। ଟିକେଟ୍‌ ନେଇ ହିଁ ଯାତ୍ରା କରିବାକୁ କ୍ରୁଟ୍‌ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *