ଭୁବନେଶ୍ୱର,୨୨/୦୮ : ପୁଣି ଭୁବନେଶ୍ବର ଏକ ନମ୍ବର ମାର୍କେଟରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଫଳରେ ଜଳିଗଲା ୫ରୁ ଅଧିକ ଦୋକାନ । ପୂଜା ସାମଗ୍ରୀ ଦୋକାନରୁ ଲାଗିଛି ନିଆଁ । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ନେଇ ଅଧିକ ତଦନ୍ତ କରାଯିବ। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ଭୁବନେଶ୍ୱର ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମରେ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା । ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ଜନଜୀବନ ହାନି ଘଟିନାହିଁ। ତେବେ ଦୁଇଟି ଦୋକାନରେ ଥିବା ବିଭିନ୍ନ ସାମଗ୍ରୀ ନିଆଁରେ କ୍ଷତିଗ୍ରସ୍ତ ହୋଇଛି । କ୍ଷୟକ୍ଷତିର ପରିମାଣ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣାକୁ ନେଇ ସମ୍ପୃକ୍ତ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି ।