ଆଲୋଚନା ବିଫଳ, ଦାବି ପୂରଣ ନହେଲେ ଅନଲାଇନ୍‌ ଅଟୋ-ଟ୍ୟାକ୍ସି ସଂଘର ଆନ୍ଦୋଳନ ଜାରି ରହିବା ନେଇ ଚେତାବନୀ

ନୂଆଦିଲ୍ଲୀ, ୧୮/୦୮: ଦ୍ୱିତୀୟ ଦିନରେ ପହଞ୍ଚିଛି ଅନଲାଇନ୍‌ ଅଟୋ-ଟ୍ୟାକ୍ସି ସଂଘର ଆନ୍ଦୋଳନ । ଓଲା, ଉବର ଓ ରାପିଡୋ ଭଳି ଅନଲାଇନ୍‌ ଅଟୋ-ଟ୍ୟାକ୍ସି ସେବା ସହ ଜଡ଼ିତ ୨୦ଟି ଅଟୋ ସଂଗଠନ ୩ ଦଫା ଦାବି ନେଇ ଧର୍ମଘଟକୁ ଓହ୍ଲାଇଛନ୍ତି । ଆନ୍ଦୋଳନ ଯୋଗୁଁ ରାଜଧାନୀରେ ଅଟୋ ସେବା ପ୍ରଭାବିତ ହୋଇଛି । ଗତକାଲି ଆନ୍ଦୋଳନରତ ସଂଘର କର୍ମକର୍ତ୍ତାମାନେ ନିଜ ଦାବି ନେଇ ପରିବହନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ତେବେ ଆଲୋଚନାରୁ କୌଣସି ସମାଧାନର ବାଟ ବାହାରିନଥିବାରୁ ଆନ୍ଦୋଳନ ଜାରି ରଖିବାକୁ ସଂଘ ନିଷ୍ପତ୍ତି ନେଇଛି । ସଂଘ ପକ୍ଷରୁ କୁହାଯାଇଛି, ଦାବିଗୁଡ଼ିକ ପୂରଣ ନହେବା ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ । ଅନଲାଇନ୍‌ ଅଟୋ-ଟ୍ୟାକ୍ସି ସେବା ବନ୍ଦ ରହିବାରୁ ଯାତ୍ରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ରାଜଧାନୀର ବିଭିନ୍ନ ଅଞ୍ଚଳରେ ଅଟୋ ମିଳିବା ନେଇ ସମସ୍ୟା ଦେଖାଦେଇଛି । ସଂଘର ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *