ନୂଆଦିଲ୍ଲୀ, ୧୩/୦୮: କାଠଗଡ଼ାରେ ଡିଜିପି ନିଯୁକ୍ତି ପ୍ରସଙ୍ଗ। ପରବର୍ତ୍ତୀ ଡିଜିପି ଚୟନ ପୂର୍ବରୁ ଆଜି ସୁପ୍ରିମକୋର୍ଟ ଏହି ପ୍ରିକ୍ରିୟାକୁ ୧୮ ତାରଖ ପର୍ୟ୍ୟନ୍ତ ସ୍ଥଗିତ ରଖିଛନ୍ତି। ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଅନ୍ୟପକ୍ଷରେ କିଏ ହେବ ପରବର୍ତ୍ତୀ ଡିଜି ସେ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ଡିଜିପି ଚୟନକୁ ନେଇ ଲାଗି ରହିଛି ବିବାଦ। ଏହାରି ଭିତରେ ପ୍ରଥମ ଥର ପାଇଁ ଓଡ଼ିଶା ଡିଜିପି ନିଯୁକ୍ତି ଚୟନ କୋର୍ଟରେ ଫସିଛି। ଆସନ୍ତା ଅଗଷ୍ଟ ୧୮ତାରିଖ ପର୍ୟ୍ୟନ୍ତ ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ ନକରିବାକୁ ୟୁପିଏସ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି। କୋଟ କହିଛନ୍ତି ୧୮ରେ ହେବ ପରବର୍ତ୍ତୀ ଶୁଣାଣି ।