ଭୁବନେଶ୍ୱର ଜୟଦେବ ବିହାରର ଏକ କୋରିୟର କମ୍ପାନିରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ବହୁ ପାର୍ସଲ

ଭୁବନେଶ୍ୱର,୧୨/୦୮: ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳରେ ଥିବା ଏକ କୋରିୟର କମ୍ପାନିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଞ୍ଜନୀ କୋରିୟର ସର୍ଭିସରେ ହଠାତ୍‌ ନିଆଁ ଲାଗିଯାଥିଲା । ଆଖି ପିଛୁଳାକେ ନିଆଁ ବ୍ୟାପିଯାଇ ଅନେକ କୋରିୟର ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡର ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ। ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ସମୟ ଧରି ଅପରେସନ୍‌ ଚଳାଇ ନିଆଁକୁ ଆୟତ୍ତ କରିଥିଲେ । ଫଳରେ ନିଆଁ ଆଖପାଖ ଅଞ୍ଚଳକୁ ବ୍ୟାପିବାରୁ ରୋକାଯାଇପାରିଥିଲା । ତେବେ ଅଗ୍ନିକାଣ୍ଡରେ କେତେ ପରିମାଣର କୋରିୟର ସାମଗ୍ରୀ ନଷ୍ଟ ହୋଇଛି, ତାହାର ସଠିକ୍‌ ଆକଳନ ଏଯାଏଁ ହୋଇନାହିଁ । ଏହି ସାମଗ୍ରୀ ମଧ୍ୟରେ ବିଭିନ୍ନ ଗ୍ରାହକଙ୍କ ପାର୍ସଲ୍‌ ଓ ଅନ୍ୟାନ୍ୟ ଜିନିଷ ଥିବା ଜଣାପଡ଼ିଛି । କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା, ତାହା ଏବେ ବି ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିଲା କି ଅନ୍ୟ କୌଣସି କାରଣ ରହିଛି, ସେନେଇ ଯାଞ୍ଚ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *