ଜୁଲାଇ ମାସରେ ଆମେରିକାରେ ୯୦ ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା

ନୂଆଦିଲ୍ଲୀ,୧୧/୦୮: ଆମେରିକାରେ ୯୦ ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା । ଆମେରିକାରେ ଚଳିତବର୍ଷ ଜୁଲାଇ ମାସର ଗରମ  ରେକର୍ଡ ଭାଙ୍ଗିଛି। ଏହା ଆମେରିକାର ସବୁଠାରୁ ଗରମ ମାସ ଭାବେ କରିଛି ରେକର୍ଡ । ଆମେରିକାର ଜାତୀୟ ସମୁଦ୍ର ଏବଂ ବାୟୁମଣ୍ଡଳୀୟ ପ୍ରଶାସନ -ଏନଓଏଏ ଏହା ଘୋଷଣା କରିଛି। ଏହା ବ୍ୟତୀତ ବର୍ତ୍ତମାନ ଆମେରିକାର କାଲିଫର୍ଣ୍ଣିଆ ଏବଂ ନେଭାଡା ରାଜ୍ୟର ସୀମାନ୍ତ ଜଙ୍ଗଲ ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ୧୫ ହଜାର ଏକର ଜଙ୍ଗଲ ଜମିରେ ବ୍ୟାପିଛି ନିଆଁ । ଏନେଇ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଜୁଲାଇ ମାସରେ ୪୮ଟି ଆମେରିକୀୟ ରାଜ୍ୟରେ ହାରାହାରି ତାପମାତ୍ରା ୭୬ ଜଶମିକ ୯ ଡିଗ୍ରି ଫାରେନହାଇଟ୍ ବା ୨୪ ଦଶମିକ ୯ ଡିଗ୍ରି ସେଲସିୟସ୍ ଥିଲା। ଏନଓଏଏ ପାଖରେ ୧୩୨ ବର୍ଷର ରେକର୍ଡ ରହିଛି।  ଜୁଲାଇ ମାସର ହାରାହାରି ତାପମାତ୍ରା ୨୦ ଶତାବ୍ଦୀର ହାରାହାରି ତାପମାତ୍ରାଠାରୁ ୩ ଦଶମିକ୩ ଡିଗ୍ରି ଫାରେନହାଇଟ୍ ଅଧିକ ଥିଲା। ରେକର୍ଡ ଅନୁସାରେ ପୂର୍ବରୁ ସବୁଠାରୁ ଗରମ ମାସ ୧୯୩୬ ଜୁଲାଇ ଥିଲା। ସେତେବେଳେ ହାରାହାରି ତାପମାତ୍ରା ଥିଲା ୭୬ ଦଶମିକ ୮ ଡିଗ୍ରି ଫାରେନହାଇଟ୍ ।

Leave a Reply

Your email address will not be published. Required fields are marked *