ବିଡିଓଙ୍କ ମନମାନି ଅଭିଯୋଗ,ରାଜନୈତିକ ହିଂସା ଆଶଙ୍କାରେ ବାଙ୍କୀ ଡମପଡା ବ୍ଲକରେ ୧୬୩ଧାରା ଲାଗୁ

ଭୁବନେଶ୍ୱର,୧୧/୦୮: ବିଡିଓଙ୍କ ମନମାନି ଅଭିଯୋଗକୁ ନେଇ କଟକ ଜିଲ୍ଲାର ବାଙ୍କୀ ଓ ଡମପଡ଼ା ବ୍ଲକରେ ଉତ୍ତେଜନା ଦେଖାଦେଇଛି । ଉଭୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଏନଏସ୍‌ର ୧୬୩ ଧାରା ଲାଗୁ କରାଯାଇଛି । ସମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟିରେ ରଖି ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ବିଡିଓ ଜନସାଧାରଣଙ୍କ ସମସ୍ୟା ଶୁଣୁନଥିବା ଏବଂ ମନମାନି କରୁଥିବା ଅଭିଯୋଗ ଆଣିଛି ବିଜେପି । ଏହାକୁ ନେଇ ଦୁଇ ଦିନ ପୂର୍ବରୁ ବିଜେପିର ଶତାଧିକ କର୍ମୀ ଉଭୟ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ । ଆଜି ପୁଣି ଥରେ ବିଜେପି ପକ୍ଷରୁ କାର୍ଯ୍ୟାଳୟ ଘେରାଉ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଓ ଆଇନଶୃଙ୍ଖଳା ସମସ୍ୟା ଆଶଙ୍କା କରି ବାଙ୍କୀ ଉପଜିଲ୍ଲାପାଳଙ୍କ ପକ୍ଷରୁ ବିଏନଏସ୍‌ର ୧୬୩ ଧାରା ଜାରି କରାଯାଇଛି । ଉଭୟ ବ୍ଲକ କାର୍ଯ୍ୟାଳୟ ନିକଟରେ ପୁଲିସ ମୁତୟନ କରାଯାଇ ସ୍ଥିତି ଉପରେ ନଜର ରଖାଯାଇଛି ।

Leave a Reply

Your email address will not be published. Required fields are marked *