ବିକଟାଳ ଶବ୍ଦ କଲେ ଗାଡ଼ି ଭିଡ଼ି ନେଇଯିବ ପୋଲିସ, ସୂଚନା ଦେବାକୁ ଜାରି ହେଲା ହ୍ଵାଟ୍ସଆପ ନମ୍ବର

ଭୁବନେଶ୍ୱର: ବିକଟାଳ ଶବ୍ଦ କଲେ ଗାଡ଼ି ଭିଡ଼ି ନେବ ପୋଲିସ । ମୋଡିଫାଏଡ୍ ସାଇଲେନ୍ସର ଲଗାଇ ଅତ୍ୟଧିକ ଶବ୍ଦ କରୁଥିବା ଗାଡ଼ି ଉପରେ ପୋଲିସର ନଜର । ଅନ୍ୟପଟେ ଜନସାଧାରଣଙ୍କ ସହଯୋଗ ଲୋଡ଼ିଲା ପୁଲିସ । ଜାରି ହେଲା ହ୍ଵାଟ୍ସଆପ ନମ୍ବର । ମୋଡିଫାଏଡ୍ ସାଇଲେନ୍ସର ଲଗା ଗାଡ଼ି ବିରୋଧରେ କମିଶନରେଟ୍ ପୋଲିସର କଡ଼ା ପଦକ୍ଷେପ । ମୋଡିଫାଏଡ୍ ସାଇଲେନ୍ସର ଲାଗିଥିବା ଗାଡ଼ିକୁ ରିପୋର୍ଟ କରନ୍ତୁ । ଆଇନ ଉଲ୍ଲଂଘନ କରି ଅତ୍ୟଧିକ ଶବ୍ଦ କରୁଥିବା ଗାଡ଼ି ସମ୍ପର୍କରେ ଜନସାଧାରଣ ପୋଲିସକୁ ସୂଚନା ଦେବାକୁ ଅନୁରୋଧ । ଗାଡ଼ିର ଫଟୋ କିମ୍ବା ଭିଡିଓ ସହ ରେଜିଷ୍ଟ୍ରେସନ୍ ନମ୍ବର ପଠାଇପାରିବେ । ସୂଚନା ପାଇଁ WhatsApp ନମ୍ବର – 82803 38302ରେ ପଠାଇବା ପାଇଁ ଅନୁରୋଧ । ସୂଚନାଦାତାଙ୍କ ପରିଚୟ ଗୋପନୀୟ ରଖାଯିବ ।

Leave a Reply

Your email address will not be published. Required fields are marked *