ନୂଆଦିଲ୍ଲୀ,୧୦/୦୮: ନୂଆ ଡିଜିପି ନିଯୁକ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆସିଛି ବଡ଼ ଖବର । ଏଡିଜି ପାହ୍ୟାରୁ ଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠୱା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପଦୋନ୍ନତି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଦୋନ୍ନତି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ତେବେ ଦୁଇ ବରିଷ୍ଠ ଅଧିକାରୀ ଡିଜି ପାହ୍ୟାକୁ ପଦୋନ୍ନତି ପାଇବା ପରେ ଏବେ ଖାଲି ପଡ଼ିଥିବା ଡିଜି ପଦବୀକୁ ନେଇ ଚର୍ଚ୍ଚା ବଢ଼ିଛି । ନୂଆ ଡିଜିପି ଭାବେ କାହାକୁ ଦାୟିତ୍ୱ ଦିଆଯିବ, ତାହାକୁ ନେଇ ଉତ୍କଣ୍ଠା ଲାଗି ରହିଛି । ସୂଚନା ଅନୁସାରେ, ବର୍ତ୍ତମାନର ଡିଜିପି ୱାଇ ବି ଖୁରାନିଆଙ୍କ କାର୍ଯ୍ୟକାଳ ଆସନ୍ତା ୧୬ ତାରିଖରେ ଶେଷ ହେବ ।