ନୂଆଦିଲ୍ଲୀ,୧୦/୦୮: ତାମିଲନାଡୁ ବିଧାନସଭାରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ ହୋଇଛି । ଏଣିକି ତାମିଲନାଡୁର ସରକାରୀ କାର୍ଯ୍ୟକ୍ରମ, ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ସାର୍ବଜନୀନ ପ୍ରତିଷ୍ଠାନରେ ପ୍ରଥମେ ‘ତାମିଲ ଥାଇ ଭାଜଥୁ’ ଗାନ କରାଯିବ । ଏହା ପରେ ‘ବନ୍ଦେ ମାତରମ୍’ ଗାନ କରାଯିବ ବୋଲି ପ୍ରସ୍ତାବରେ କୁହାଯାଇଛି । ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ବିଧାନସଭାରେ ଏହି ପ୍ରସ୍ତାବ ଆଗତ କରିଥିଲେ । ‘ତାମିଲ ଥାଇ ଭାଜଥୁ’କୁ ତାମିଲନାଡୁରେ ସର୍ବୋଚ୍ଚ ପ୍ରାଥମିକତା ମିଳିବା ଉଚିତ ବୋଲି ସେ କହିଛନ୍ତି । ତାମିଲ କେବଳ ଏକ ଭାଷା ନୁହେଁ, ଏହା ତାମିଲ ଲୋକଙ୍କ ଜୀବନ ଓ ଆତ୍ମା ବୋଲି ବିଜୟ କହିଛନ୍ତି । ଏହି ପ୍ରସ୍ତାବକୁ ଡିଏମକେ, ଏଆଇଏଡିଏମକେ ଓ କଂଗ୍ରେସ ସମେତ ବିଭିନ୍ନ ଦଳ ସମର୍ଥନ କରିଛନ୍ତି ।