ଚାଷୀଙ୍କ ପାଇଁ ବଡ଼ ଖବର, ରାଜ୍ୟରେ ମହଜୁଦ ଅଛି ମୋଟ ୨ ଲକ୍ଷ ୩୭ ହଜାର ୨୦୨ ଟନ୍‌ ସାର

ଭୁବନେଶ୍ୱର,୧୦/୦୮: ରାଜ୍ୟରେ ସାରକୁ ନେଇ ଚିନ୍ତାରେ ଥିଲେ ଚାଷୀ । ଏହାରି ଭିତରେ ସରକାରଙ୍କ ପକ୍ଷରୁ ଆସିଛି ଏକ ବଡ଼ ସୂଚନା । ରାଜ୍ୟରେ ମୋଟ ୨ ଲକ୍ଷ ୩୭ ହଜାର ୨୦୨ ଟନ୍‌ ସାର ମହଜୁଦ ରହିଛି । ସେଥିରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍‌ ସାର ପ୍ୟାକ୍ସ ବା PACSକୁ ଯୋଗାଇ ଦିଆଯାଇଛି । ସେହିପରି ୧୪୨୬ ଟନ୍‌ ସାର ଡିଲରମାନଙ୍କୁ ଦିଆଯାଇଥିବା ବେଳେ ଏବେ ରାଜ୍ୟରେ ପ୍ରାୟ ୨୯ ହଜାର ଟନ୍‌ ସାର ଷ୍ଟକ ରହିଛି । ସାରର କଳାବଜାରୀ ଓ ନକଲି ସାର ବିକ୍ରି ରୋକିବା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗଠନ କରାଯାଇଛି । ବିଭିନ୍ନ ସ୍ଥାନରେ ଯାଞ୍ଚ ସହ କଳାବଜାରୀ ଉପରେ ନଜର ରଖାଯାଉଛି । ଚାଷୀଙ୍କୁ ନିର୍ଦ୍ଧାରିତ ଦରରେ ସାର ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଉଛି । କଳାବଜାରୀ କିମ୍ବା ନକଲି ସାର ବିକ୍ରି ଧରାପଡ଼ିଲେ ସମ୍ପୃକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ।

Leave a Reply

Your email address will not be published. Required fields are marked *