ନୂଆଦିଲ୍ଲୀ,୦୭/୦୮: ଗୁଜୁରାଟରେ ଘଟିଛି ଏକ ଅଜବ ଘଟଣା । ଏକ କୂଅର ପାଣି ତରଙ୍ଗ ଉଠିଲା ଲଗାତାର ଦୋହଲୁଥିବା ଦେଖାଯାଇଛି । ପାଣି ଭିତରେ ଏଭଳି ଅସାଧାରଣ ତରଙ୍ଗ ସୃଷ୍ଟି ହେବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି । ସୂଚନା ଅନୁସାରେ, ଗୁଜରାଟର ଏକ ଅଞ୍ଚଳରେ ଥିବା ଏହି କୂଅର ପାଣି ଗତ କିଛି ଦିନ ଧରି ଅଜବ ଭାବରେ ହଲଚଲ କରୁଛି । ଆଖପାଖ ଅଞ୍ଚଳରେ କୌଣସି ଭୂମିକମ୍ପ କିମ୍ବା ବଡ଼ ଘଟଣା ନ ଘଟିଥିଲେ ମଧ୍ୟ ପାଣିରେ ତରଙ୍ଗ ଉଠୁଥିବା ଲୋକେ ଦେଖିଛନ୍ତି । କୂଅ ନିକଟକୁ ଆସୁଥିବା ଲୋକମାନେ ଏହି ଦୃଶ୍ୟ ଦେଖି ଚକିତ ହୋଇପଡ଼ୁଛନ୍ତି । କେହି ଏହାକୁ ପ୍ରକୃତିର ଅଜବ ଘଟଣା କହୁଥିବା ବେଳେ, ଆଉ କେହି ଏହା ପଛରେ କୌଣସି ବୈଜ୍ଞାନିକ କାରଣ ଥାଇପାରେ ବୋଲି ଅନୁମାନ କରୁଛନ୍ତି । ଏବେ ସମସ୍ତଙ୍କ ନଜର ରହିଛି ଏହି ରହସ୍ୟମୟ କୂଅ ଉପରେ । ପ୍ରକୃତରେ ପାଣି କାହିଁକି ଏଭଳି ଦୋହଲୁଛି, ତାହାର ବିଶେଷଜ୍ଞମାନେ ଉତ୍ତର ଖୋଜୁଛନ୍ତି ।