ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷାରେ ଭୁଶୁଡିଲା କୋଠା, ଗୋଟିଏ ପରିବାରର ୬ମୃତ

ନୂଆଦିଲ୍ଲୀ,୦୬/୦୮: ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଦୁଇଟି ପୃଥକ୍ ଦୁର୍ଘଟଣାରେ ଦୁଇଜଣ ଶିଶୁଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରତାପଗଡ଼ ଜିଲ୍ଲାର ମହୁଲି ବଜାର ଅଞ୍ଚଳରେ ଆଜି ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି । ପରିବାରର ୭ ଜଣ ସଦସ୍ୟ ଶୋଇଥିବା ବେଳେ ଆକସ୍ମିକ ଭାବେ ଘରଟି ଭୁଶୁଡ଼ି ପଡ଼ିଥିଲା । ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ସମସ୍ତଙ୍କୁ ମେଡିକାଲ ନେଇଥିଲେ ହେଁ ସେଠାରେ ୬ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା । ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯିବା ସହ ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି ।

 

Leave a Reply

Your email address will not be published. Required fields are marked *