ନୂଆଦିଲ୍ଲୀ,୦୪/୦୮: ଦିଲ୍ଲୀର ମହିଳାଙ୍କ ପାଇଁ ବଡ଼ ଖବର । ପ୍ରତି ମାସରେ ମିଳିବ ୨୫୦୦ ଟଙ୍କାର ଆର୍ଥିକ ସହାୟତା । ‘ଦିଲ୍ଲୀ ଲକ୍ଷ୍ମୀ ଯୋଜନା’ ଅଧୀନରେ ଯୋଗ୍ୟ ମହିଳାମାନେ ପାଇବେ ଏହି ସୁବିଧା । ଏନେଇ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା । ଦିଲ୍ଲୀ ସରକାରଙ୍କ ନୂଆ ଯୋଜନା ‘ଦିଲ୍ଲୀ ଲକ୍ଷ୍ମୀ ଯୋଜନା’କୁ ନେଇ ମହିଳାଙ୍କ ମଧ୍ୟରେ ବଢ଼ିଛି ଉତ୍ସାହ । ଏହି ଯୋଜନାରେ ଯୋଗ୍ୟ ମହିଳାଙ୍କୁ ପ୍ରତି ମାସ ୨୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯିବ । ଯୋଜନାର ଲାଭ ପାଇବା ପାଇଁ ମହିଳାଙ୍କୁ ଅନଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ । ଏଥିପାଇଁ ଆବେଦନ ପୋର୍ଟାଲ ଆରମ୍ଭ କରାଯାଇଛି । ରେଜିଷ୍ଟ୍ରେସନ୍ ପରେ ଆବଶ୍ୟକ ତଥ୍ୟ ଓ ଦସ୍ତାବିଜ ଦେଇ ଆବେଦନ ପ୍ରକ୍ରିୟା ପୂରଣ କରିହେବ । ଏହି ଯୋଜନା ପାଇଁ କିଛି ଯୋଗ୍ୟତା ନିୟମ ମଧ୍ୟ ରହିଛି । ଦିଲ୍ଲୀର ସ୍ଥାୟୀ ବାସିନ୍ଦା ଓ ନିର୍ଦ୍ଦିଷ୍ଟ ଆୟ ସୀମା ମଧ୍ୟରେ ଥିବା ମହିଳାମାନେ ଏହାର ଲାଭ ପାଇପାରିବେ। ବୟସ ସୀମା ସହ ଅନ୍ୟ କିଛି ସର୍ତ୍ତ ମଧ୍ୟ ନିର୍ଦ୍ଧାରଣ କରାଯାଇଛି । ଆବେଦନ ପାଇଁ ଆଧାର କାର୍ଡ, ବ୍ୟାଙ୍କ ଖାତା ସମ୍ବନ୍ଧୀୟ ତଥ୍ୟ ଓ ଅନ୍ୟ ଆବଶ୍ୟକ ଦସ୍ତାବିଜ ଦରକାର ହୋଇପାରେ ।