ଶ୍ରାବଣ ମାସର ପ୍ରଥମ ସୋମବାର, ବିଭିନ୍ନ ଶୈବପୀଠରେ ଜଳାଭିଷେକ ପାଇଁ ଲାଗିଛି ଭକ୍ତଙ୍କ ଭିଡ଼

ଭୁବନେଶ୍ୱର,୦୩/୦୮: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଦେଶର ବିଭିନ୍ନ ଶିବପୀଠରେ ଆଜି ସକାଳୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । କାଶୀ ବିଶ୍ୱନାଥଠାରୁ ଆରମ୍ଭ କରି ଉଜ୍ଜୟିନୀର ମହାକାଳେଶ୍ୱର ଓ ସୋମନାଥ ପର୍ଯ୍ୟନ୍ତ ସବୁଠି ହର ହର ମହାଦେବ ଧ୍ୱନିରେ କମ୍ପୁଛି ପରିବେଶ । ଜଳାଭିଷେକ, ରୁଦ୍ରାଭିଷେକ ଓ ମଙ୍ଗଳ ଆରତିରେ ଭକ୍ତିମୟ ହୋଇଉଠିଛି ସମଗ୍ର ଦେଶ । ଶ୍ରାବଣ ମାସର ପ୍ରଥମ ସୋମବାରକୁ ନେଇ ଆଜି ଦେଶର ପ୍ରମୁଖ ଶିବ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ଭିଡ଼ ଲାଗି ରହିଛି। ବ୍ରହ୍ମ ମୁହୂର୍ତ୍ତରୁ ମନ୍ଦିରର ଦ୍ୱାର ଖୋଲିବା ସହ ହଜାର ହଜାର ଶିବଭକ୍ତ ଦର୍ଶନ ଓ ଜଳାଭିଷେକ ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ । ଶ୍ରାବଣର ପ୍ରଥମ ସୋମବାରକୁ ଭଗବାନ ଶିବଙ୍କ ଆରାଧନା ପାଇଁ ବର୍ଷର ସବୁଠୁ ପବିତ୍ର ଦିନମାନଙ୍କ ମଧ୍ୟରୁ ଗୋଟିଏ ବୋଲି ବିଶ୍ୱାସ କରାଯାଏ ।

Leave a Reply

Your email address will not be published. Required fields are marked *