ହୀରାକୁଦ ଜଳଭଣ୍ଡାରରେ ହ୍ରାସ ପାଉଛି ଜଳସ୍ତର

ଭୁବନେଶ୍ୱର,୦୨/୦୮: ହୀରାକୁଦ ଜଳଭଣ୍ଡାରରେ ହ୍ରାସ ପାଉଛି ଜଳସ୍ତର । ଉପର ମୁଣ୍ଡରେ ବର୍ଷା କମିବା ପରେ ଜଳ ପ୍ରବାହ କମିବାରେ ଲାଗିଛି । ଏବେ ହୀରାକୁଦର ଜଳସ୍ତର ୬୨୪.୨୭ ଫୁଟ୍ ରହିଛି । ଏବେ ହୀରାକୁଦରେ ୨୨ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୯ ହଜାର ୫୪୯ କ୍ୟୁସେକ ପାଣି ଜଳ ଭଣ୍ଡାରକୁ ପ୍ରବେଶ କରୁଛି ଏବଂ ଡ୍ୟାମରୁ ସେକେଣ୍ଡ ପିଛା ୩ ଲକ୍ଷ ୮୭ ହଜାର ୬୨୬ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରରୁ ୨୨ଟି ଗେଟ ଦେଇ ଏବେ ବନ୍ୟା ଜଳ ନିଷ୍କାସିତ ହେଉଛି । ମୁଣ୍ଡଳିରେ ୫ ଲକ୍ଷ ୩୭ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ବର୍ଷା ଆହୁରି କିଛି ଦିନ ଲାଗିରହିବାର ସମ୍ଭାବନା ଥିବାରୁ ମୁଣ୍ଡଳିରେ ଜଳସ୍ତର ବଢିବାର ଆଶଙ୍କା ରହିଛି। ଯଦି ବର୍ଷା ଅଧିକ ହୁଏ, ସ୍ଥିତି ବିଗିଡିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *